କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦିଲ୍ଲୀ ସ୍ଥିତ ବାସଭବନ ଉପରେ ଏକ ଅଜଣା ଡ୍ରୋନ୍ ଉଡିବା ନେଇ ହଇଚଇ ସୃଷ୍ଟି ହୋଇଛି । ଏହି ଖବର ପାଇବା ମାତ୍ରେ ବରିଷ୍ଠ ପୁଲିସ ଅଧିକାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଡ୍ରୋନର ତଲାସି ଆରମ୍ଭ କରିଛନ୍ତି । ଯଦିଓ ପୁଲିସକୁ ସଫଳତା ମିଳିନାହିଁ କିନ୍ତୁ ଘଟଣାକୁ ଗମ୍ଭୀରତାର ସହ ନେଇ ଆକ୍ସନ ମୋଡକୁ ଆସିଛି ସ୍ପେଶାଲ ପ୍ରୋଟେକ୍ସନ୍ ଗ୍ରୁପ୍(ଏସପିଜି ) ଓ ପୁଲିସ । କହିରଖୁଁ, ପ୍ରଧାନମନ୍ତ୍ରୀ ଆବାସ୍ ‘ନୋ ଫ୍ଲାଇଙ୍ଗ ଜୋନ୍’ ଭିତରେ ରହିଛି । ତଥାପି ଏହା ଉପରେ କିଭଳି କୌଣସି ଡ୍ରୋନ୍ ଉଡିଲା ଏବଂ କିଏ ଏହାକୁ ପଠାଇଥିଲା ସେ ନେଇ ଛାନବିନ୍ ଆରମ୍ଭ କରିଛନ୍ତି ଏସପିଜି ଓ ପୁଲିସ ।

Advertisment

ଭାରତର ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ଦିଲ୍ଲୀର ଲୁଟିଅନ୍ସ ଜୋନ୍ କଲ୍ୟାଣ ମାର୍ଗରେ ଅବସ୍ଥିତ ୭ ନମ୍ବର ବଙ୍ଗଳା । ଏଠାରେ ୨୦୧୪ରୁ ପ୍ରଧାନମନ୍ତ୍ରୀ ମୋଦୀ ରହିଆସୁଛନ୍ତି । ଏହାର ଔପଚାରିକ ନାଁ ‘ପଞ୍ଚବଟୀ’ । ୫ଟି ବଙ୍ଗଳାକୁ ମିଶାଇ ଏହାକୁ ବନାଯାଇଛି । ଏଠାରେ ରହିଥିବା ପ୍ରଥମ ପ୍ରଧାନମନ୍ତ୍ରୀ ହେଉଛନ୍ତି ରାଜୀବ ଗାନ୍ଧୀ । ସେ ୧୯୮୪ରେ ଏହି ଭବନକୁ ଆସି ରହିଥିଲେ ।