ନିଜେ ଲଣ୍ଡା ହେଲେ, କ୍ୟାନସର ରୋଗୀଙ୍କୁ କେଶ ଦେଲେ ସମ୍ବଲପୁରର ପୁଷ୍ପକାନ୍ତି ମାହାନା

ପୀଡିତଙ୍କ ପାଇଁ ଦାନ କରିଦେଲେ ମହିଳାଙ୍କ ସୌନ୍ଦର୍ଯ୍ୟର ପ୍ରତିକ ଲମ୍ବା ଓ ଘନ କେଶ

104

କନକ ବ୍ୟୁରୋ : ନିଜେ ଲଣ୍ଡା ହୋଇ ଇଣ୍ଡିଆନ କ୍ୟାନସର ସୋସାଇଟିକୁ କେଶ ଦାନ କଲେ ମହିଳା । ସମ୍ବଲପୁର ଗୋପାଳମାଲର ପୁଷ୍ପକାନ୍ତି ମାହାନାଙ୍କ ଏହି ବଦାନ୍ୟତାକୁ ନେଇ ସବୁଆଡେ ଚର୍ଚ୍ଚା । କ୍ୟାନସର ରୋଗରେ ପୀଡିତ ହୋଇ ନିଜର ସମ୍ପୂର୍ଣ୍ଣ ଚୁଟି ହରାଉଥିବା ମହିଳାଙ୍କୁ ନିଜ ଚୁଟି ଦାନ କରିବା ପାଇଁଜାତୀୟ ସ୍ତରରେ ଅଭିଯାନ ଚାଲିଛି । ଏଥିରେ ସାମିଲ ହୋଇ ପୁଷ୍ପକାନ୍ତି ନିଜର କେଶ ଦାନ କରିଛନ୍ତି । ଏହାପରେ ଇଣ୍ଡିଆନ କ୍ୟାନସର ସୋସାଇଟି ପକ୍ଷରୁ ତାଙ୍କୁ ମାନପତ୍ର ତଥା ପ୍ରଶଂସା ପତ୍ର ପ୍ରଦାନ କରାଯାଇଛି । ସେହିପରି ପୁଷ୍ପକାନ୍ତି ଅନ୍ୟମାନଙ୍କୁ ମଧ୍ୟ ଏହି ମହତ କାର୍ଯ୍ୟରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଛନ୍ତି ।