କନକ ବ୍ୟୁରୋ: କୃଷକ ଆନ୍ଦୋଳନକୁ ନେଇ ହରିୟାଣାର ଜଣେ କଂଗ୍ରେସ ନେତ୍ରୀ ବିବାଦୀୟ ବୟାନ ଦେଇଛନ୍ତି ।  ହରିୟାଣାର କୃଷି ମନ୍ତ୍ରୀଙ୍କ ବିବାଦୀୟ ବୟାନ ପରେ କଂଗ୍ରେସ ନେତ୍ରୀ ବିଦ୍ୟା ଦେବୀ ଏକ ବିବାଦୀୟ ବୟାନ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି । ବିଦ୍ୟା ଦେବୀ ସେଠାକାର କଂଗ୍ରେସ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ କହିଛନ୍ତି ଯେ ଚାଷୀ ଆନ୍ଦୋଳନରେ ଭାଗ ନେଇଥିବା କୃଷକଙ୍କୁ ଯଥାସମ୍ଭବ ସାହାଯ୍ୟ କର । କୃଷକମାନଙ୍କୁ ମଦ କିମ୍ବା ଟଙ୍କା ଦେବାକୁ ସେ ତାଙ୍କ କର୍ମୀଙ୍କୁ କହିଛନ୍ତି ।

Advertisment

ବିଦ୍ୟା ଦେବୀ କଂଗ୍ରେସର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ କହିଛନ୍ତି ଯେ, ‘କଂଗ୍ରେସ ଯେବେଠାରୁ ହାରିଆସୁଛି, କଂଗ୍ରେସର ଅସ୍ତିତ୍ୱ କମିବାରେ ଲାଗିଛି  କିନ୍ତୁ ବର୍ତ୍ତମାନ କୃଷକ ଆନ୍ଦୋଳନକୁ କଂଗ୍ରେସ ସମର୍ଥନ କରୁଥିବାରୁ ଯେକୌଣସି ପରିସ୍ଥିତିରେ କୃଷକ ଆନ୍ଦୋଳନକୁ ଚଲାଇବାକୁ ପଡିବ | ଆନ୍ଦୋଳନରେ ଭାଗ ନେଇଥିବା କୃଷକଙ୍କୁ ପର୍ଯ୍ୟାପ୍ତ ମଦ ଓ ଟଙ୍କା ପଛେ ଦିଆଯାଉ, କିନ୍ତୁ ଆନ୍ଦୋଳନ ଜାରି ରହୁ ବୋଲି ସେ କହିଛନ୍ତି | ଯାହାର ଯେତିକି ସାମର୍ଥ୍ୟ ଅଛି ସେହି ଅନୁସାରେ ସେମାନେ ସାହାଯ୍ୟ କରନ୍ତୁ ।

ସୂଚନା ଥାଉ କି ବିଦ୍ୟା ଦେବୀ ଜିନ୍ଦର ନରବନା ବିଧାନସଭା ଆସନରୁ ବିଧାନସଭା ନିର୍ବାଚନ ଲଢ଼ିଥିଲେ ବି ହାରିଯାଇଥିଲେ | ଉଲ୍ଲେଖଯୋଗ୍ୟ ଯେ ହରିୟାଣାର କୃଷି ମନ୍ତ୍ରୀ ଜେପି ଦଲାଲ ଶନିବାର ଦିନ ବିବାଦୀୟ ବୟାନ ଦେଇଥିଲେ | ସେ କୃଷକଙ୍କ ମୃତ୍ୟୁକୁ ନେଇ କହିଥିଲେ ଯେ, ଆନ୍ଦୋଳନ କଥା ଛାଡ଼ନ୍ତୁ, ଘରେ ଥିଲେ ବି କେହି ନା କେହି କୃଷକ ମରିଥାନ୍ତେ । ଯେଉଁ କୃଷକମାନେ ଘରେ ଅଛନ୍ତି ସେମାନେ କଣ ମରିନାହାନ୍ତି କି ? କେହି ହୃଦଘାତର ଶିକାର ହେଉଛନ୍ତି ତ ପୁଣି କେହି ରୋଗରେ ମରିଯାଉଛନ୍ତି |