କେମଛୋ ଟ୍ରମ୍ପ ନୁହେଁ ନମସ୍ତେ ପ୍ରେସିଡେଣ୍ଟ ଟ୍ରମ୍ପ । ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ନାମ ବଦଳାଇଲେ ଗୁଜୁରାଟ ସରକାର ।

Advertisment
କେମଛୋ ଟ୍ରମ୍ପ ନୁହେଁ ନମସ୍ତେ ପ୍ରେସିଡେଣ୍ଟ ଟ୍ରମ୍ପ । ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ନାମ ବଦଳାଇଲେ ଗୁଜୁରାଟ ସରକାର ।

ଗତ ସେପ୍ଟେମ୍ବରରେ ହ୍ୟୁଷ୍ଟନ ସହରରେ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ହାୱଡି ମୋଦୀ’ ପରି ଫେବ୍ରୁଆରି ୨୪ରୁ ଅହମ୍ମଦାବାଦଠାରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ‘କେମ୍‌ଛୋ ଟ୍ରମ୍ପ୍‌’ କାର୍ଯ୍ୟକ୍ରମ ହେବାର ଥିଲା। ମାତ୍ର ଗୁଜୁରାଟ ସରକାର ନିକଟରେ ସୂଚନା ଦେଇଛନ୍ତି ଯେ ‘କେମ୍‌ଛୋ ଟ୍ରମ୍ପ୍‌’ ର ନାମ ବଦଳାଯାଇ ଏବେ ତାହାକୁ ‘ନମସ୍ତେ ପ୍ରେସିଡେଣ୍ଟ୍‌ ଟ୍ରମ୍ପ୍‌’ କରାଯିବ।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ‘ନମସ୍ତେ’ ଶବ୍ଦ ଭାରତୀୟ ପରମ୍ପରାର ଏକ ଶବ୍ଦ ହୋଇଥିବା କାରଣରୁ ଏହା ଜରିଆରେ ରା‌ଷ୍ଟ୍ରପତି ଟ୍ରମ୍ପଙ୍କୁ ସ୍ୱାଗତ କରିବାକୁ ଚିନ୍ତା କରି କାର୍ଯ୍ୟକ୍ରମର ନାମ ବଦଳାଇବା ନିଷ୍ପତ୍ତି ନେଇଛନ୍ତି ଗୁଜୁରାଟ ସରକାର।

‘କେମଛୋ’ ଶବ୍ଦ ବଦଳରେ ନମସ୍ତେକୁ ବଛାଯାଇଛି। ସୂତ୍ରରୁ ଜାଣିବାକୁ ମିଳିଛି ଯେ ‘ନମସ୍ତେ’ ଶବ୍ଦ ପ୍ରୟୋଗ କରିବାର ନିର୍ଦ୍ଦେଶ କେନ୍ଦ୍ରରୁ ଆସିବା ପରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଏପରି ନିଷ୍ପତ୍ତି ନେଇଛନ୍ତି। ଏହି କାର୍ଯ୍ୟକ୍ରମ ଦ୍ୱାରା ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରାଯିବାକୁ ଯୋଜନା କରାଯାଇଛି । ପ୍ଲାକାର୍ଡ ଓ ହୋର୍ଡିଂରେ ଟ୍ରମ୍ପଙ୍କ ସହ ପତ୍ନୀ ମିଲାନିଆ ଟ୍ରମ୍ପଙ୍କ ଫଟୋ ବି ରହିବ ବୋଲି ଜାଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe