କନକ ବ୍ୟୁରୋ : ଉତ୍ତର କୋରିଆକୁ ଡରାଇବା ପାଇଁ ଆମେରିକା ଓ ଦକ୍ଷିଣ କୋରିଆ ଶକ୍ତି ପ୍ରଦର୍ଶନ କରିଛନ୍ତି । ଉତ୍ତର କୋରିଆ ଉପରେ ଫାଇଟର୍ ଜେଟ୍ ଏବଂ ବୋମାବର୍ଷଣକାରୀ ବିମାନ ଉଡ଼ାଇ ଆମେରିକା ଓ ଦକ୍ଷିଣ କୋରିଆ, ଉତ୍ତର କୋରିଆକୁ ଆଗାମୀ ଦିନରେ ଭୟଙ୍କର ପରିଣାମ ଭୋଗିବା ପାଇଁ ଚେତାବନୀ ଦେଇଛନ୍ତି ।
ଉତ୍ତର କୋରିଆର ହାଇଡ୍ରୋଜେନ ବୋମା ପରୀକ୍ଷଣ ଏବଂ ଜାପାନ ଉପର ଦେଇ ମିଶାଇଲ ପରୀକ୍ଷଣ ପରେ ଆମେରିକା ଓ ଦକ୍ଷିଣ କୋରିଆ ମିଳିତ ଭାବେ ପ୍ରଥମ ଥର ପାଇଁ ଉତ୍ତର କୋରିଆକୁ ଜବାବ ଦେବା ପାଇଁ ଏୟାର ଫୋର୍ସର ଶକ୍ତି ପ୍ରଦର୍ଶନ କରିଛନ୍ତି । ବାରମ୍ବାର ମିଳିତ ଜାତିସଂଘର କଟକଣା ସତ୍ତ୍ୱେ ଉତ୍ତର କୋରିଆ ପରମାଣୁ ବୋମା ପରୀକ୍ଷଣ କରୁଥିବାରୁ ଏଭଳି ଶକ୍ତି ପ୍ରଦର୍ଶନ କରାଯାଇଥିବା ଦକ୍ଷିଣ କୋରିଆ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି । ଦକ୍ଷିଣ କୋରିଆ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ବୟାନ ଅନୁସାରେ ୪ଟି ଏଫ-୩୫ ବି ଫାଇଟର ଜେଟ୍ ଏବଂ ଦୁଇଟି ବି ୧ବି ବୋମାବର୍ଷଣକାରୀ ବିମାନ ଉତ୍ତର କୋରିଆ ଉପଦ୍ୱୀପ ଅଞ୍ଚଳରେ ଉଡ଼ାଣ କରିଛି ।
ଉତ୍ତର କୋରିଆ ସେପ୍ଟେମ୍ବର ୩ରେ ୬ଷ୍ଠ ଥର ପାଇଁ ଶକ୍ତିଶାଳୀ ପରମାଣୁ ବୋମା ପରୀକ୍ଷଣ କରିବା ସହିତ ଜାପାନ ଉପର ଦେଇ କ୍ଷେପଣାସ୍ତ୍ର ପରୀକ୍ଷଣ କରିବା ପରେ ଆମେରିକା ଏଭଳି ଶକ୍ତି ପ୍ରଦର୍ଶନ କରିଛି । ଏଭଳି ଶକ୍ତି ପ୍ରଦର୍ଶନ ଆରମ୍ଭ ମାତ୍ର ଏବଂ ଅକ୍ଟୋବର ମାସରେ ଆମେରିକା ସହ ମିଳିତ ଭାବେ ବଡ଼ ଧରଣର ସୈନ୍ୟ ଅଭ୍ୟାସ କରିବାକୁ ଦକ୍ଷିଣ କୋରିଆ ଘୋଷଣା କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/09/Donald-Trump-is-preparing-for-a-strike-on-Kim-Jong-un-605994.jpg)