କନକ ବ୍ୟୁରୋ: ହିନ୍ଦୀରେ ଲେଖିଲେ ଡୋନାଲ୍ଡ ଟ୍ରମ୍ପ । ଭାରତ ଏବଂ ଭାରତୀୟଙ୍କ ଆତିଥ୍ୟତାକୁ ନେଇ ହିନ୍ଦୀରେ ଟୁଇଟ କଲେ ଆମେରିକା ରାଷ୍ଟ୍ରପତି । ଅହମଦାବାଦରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଯୋଗ ଦେଇ ଆଗ୍ରା ଅଭିମୁଖେ ଯିବା ବେଳେ ବିମାନ ଭିତରୁ ହିନ୍ଦୀରେ ଲେଖିଛନ୍ତି ଟ୍ରମ୍ପ ।
प्रथम महिला और मैं इस देश के हर नागरिक को एक सन्देश देने के लिए दुनिया का 8000 मील का चक्कर लगा कर यहां आये हैं l अमेरिका भारत को प्रेम करता है - अमेरिका भारत का सम्मान करता है - और
अमरीका के लोग हमेशा भारत के लोगों के सच्चे और निष्ठावान दोस्त रहेंगे l https://t.co/1yOmQOEnXE— Donald J. Trump (@realDonaldTrump) February 24, 2020
ଟୁଇଟରେ ହିନ୍ଦୀରେ ଟ୍ରମ୍ପ ଲେଖିଛନ୍ତି, ଆମେରିକାର ପ୍ରଥମ ମହିଳା ଏବଂ ମୁଁ ଏହି ଦେଶର ପ୍ରତ୍ୟେକ ନାଗରିକଙ୍କୁ ଏକ ବାର୍ତ୍ତା ଦେବା ପାଇଁ ବିଶ୍ୱର ୮୦୦୦ ମାଇଲ ଅତିକ୍ରମ କରି ଏଠିକୁ ଆସିଛୁ। ଆମେରିକୀୟମାନେ ଭାରତକୁ ବହୁତ ଭଲ ପାଆନ୍ତି। ଏବଂ ଆମେରିକୀୟମାନେ ସବୁବେଳେ ଭାରତୀୟମାନଙ୍କର ପ୍ରକୃତ ଓ ନିଷ୍ଠାବାନ ବନ୍ଧୁ ହୋଇ ରହିବେ’।
ରାଷ୍ଟ୍ରପତି ଟ୍ରମ୍ପଙ୍କର ଏ ହିନ୍ଦୀ ଟୁଇଟ ପଢ଼ିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସ୍କୃତରେ ଟୁଇଟରରେ ଏହାର ଉତ୍ତର ରଖିଥଲେ, ‘ଅତିଥି ଦେବୋଭବଃ।’
अमेरिका और भारत अपने देशों को मजबूत बनाएँगे, अपने लोगों को सम्पन्न बनाएँगे, बड़े सपने देखने वालों को और बड़ा बनाएँगे और अपना भविष्य पहले से कहीं अधिक उज्जवल बनाएँगे... और यह तो शुरुआत ही है।
— Donald J. Trump (@realDonaldTrump) February 24, 2020
ତେବେ ଏହି ଟୁଇଟର କିଛି ଘଣ୍ଟା ପରେ ଟ୍ରମ୍ପ ପୁଣି ହିନ୍ଦୀରେ ଲେଖିଥିଲେ କି ଆମେରିକା ଏବଂ ଭାରତ ନିଜ ଦେଶକୁ ଅଧିକରୁ ଅଧିକ ଶକ୍ତିଶାଳୀ କରିବ । ନିଜ ନାଗରିକଙ୍କୁ ସ୍ୱାବଲମ୍ବୀ କରାଇବ ଏବଂ ବଡ ସ୍ୱପ୍ନ ଦେଖୁଥିବା ଲୋକଙ୍କୁ ପ୍ରୋତ୍ସାହନ ଦେଇ ଆଗକୁ ବଢାଇବ ତାଙ୍କ ଭବିଷ୍ୟତ ଉଜ୍ଜ୍ୱଳ କରିବ... ଏହା କେବଳ ଆରମ୍ଭ ମାତ୍ର କହି ଦୁଇ ଦେଶ ମଧ୍ୟରେ ସୁସମ୍ପର୍କକୁ ସାରା ବିଶ୍ୱ ଆଗରେ ରଖିଛନ୍ତି ଟ୍ରମ୍ପ ।