ସପ୍ତାହେ ହେଲାଣି ମୁହଁକୁ ଛୁଇଁ ନାହାନ୍ତି ଆମେରିକା ରାଷ୍ଟ୍ରପତି । ହ୍ୱାଇଟ ହାଉସରେ ଆୟୋଜିତ ବୈଠକରେ ଏହା ପଛର କାରଣ କହିଲେ ଟ୍ରମ୍ପ ।

Advertisment
ନିଜର ବ୍ୟବସାୟୀକ ପ୍ରତିଷ୍ଠା ପାଇଁ ଚର୍ଚ୍ଚାରେ ଟ୍ରମ୍ପ । ତାଙ୍କ ପଛରେ ବସିବା ପାଇଁ ବି ଭିଆଇପିମାନଙ୍କୁ ଦେବାକୁ ପଡ଼ୁଛି ଟଙ୍କା ।

ବୁଧବାର ଆମେରିକାର ରାଷ୍ଟ୍ରପତି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ଦୀର୍ଘ ଏକ ସପ୍ତାହ ହେଲାଣି ଟ୍ରମ୍ପ ନିଜ ମୁହଁକୁ ଛୁଇଁ ନଥିବା ପ୍ରକାଶ କରିଛନ୍ତି । ହ୍ୱାଇଟ ହାଉସରେ ଆୟୋଜିତ ଏକ ବୈଠକରେ ସେ ଏଭଳି କହିଥିବା ଜଣାପଡିଛି । ବିଶ୍ୱରେ କରୋନା ଭାଇରସକୁ ନେଇ ଆତଙ୍କ ଖେଳିଯାଇଥିବା ବେଳେ ବିଶେଷଜ୍ଞଙ୍କ କଥା ମାନି ଟ୍ରମ୍ପ ନିଜର ମୁହଁକୁ ହାତରେ ସ୍ପର୍ଶ କରି ନଥିବା ଜଣାଯାଇଛି।

ବୁଧବାର ହ୍ବାଇଟ୍ ହାଉସରେ ହୋଇଥିବା ବୈଠକରେ ଯୋଗ ଦେଇ ଟ୍ରମ୍ପ କହିଥି‌ଲେ, କରୋନା ଭାଇରସ୍ ପ୍ରତିଷେଧମୂଳକ ପଦକ୍ଷେପ ତାଙ୍କୁ ନିଜ ମୁହଁଠାରୁ ଦୂରେଇ ରଖିଛି। ଏୟାରଲାଇନ୍ସର କାର୍ଯ୍ୟନିର୍ବାହୀ ଓ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ସହ କରୋନା ସଂକ୍ରମଣକୁ ରୋକିବା ପାଇଁ ନିଆଯାଇଥିବା ପରିମଳ ବ୍ୟବସ୍ଥା ବିଷୟରେ ସେ ଆଲୋଚନା କରୁଥିବା ସମୟରେ ଏଭଳି ମତ ରଖିଥିଲେ। ବିମାନର କାର୍ଯ୍ୟନିର୍ବାହୀ ଅଧିକାରୀମାଳନେ ସେମାନଙ୍କର ବର୍ଦ୍ଧିତ ସଫେଇ କାର୍ଯ୍ୟକୁ ବ୍ୟାଖ୍ୟା କରିବା ସହ କହିଥିଲେ ପ୍ରତ୍ୟେକ ବ୍ୟକ୍ତି ନିଜର ହାତ ଧୋଇବା ସହ ଚେହେରାକୁ ଛୁଇଁବା ଠାରୁ ଦୂରେଇ ରହୁଛନ୍ତି । ଆଉ ଏହା ଶୁଣିବା ପରେ ଟ୍ରମ୍ପ ମଧ୍ୟ ମଜାଳିଆ ଢଙ୍ଗରେ କହିଥିଲେ , ମୁଁ ମଧ୍ୟ କିଛି ସପ୍ତାହ ହେଲାଣି ମୋ ମୁହଁକୁ ଛୁଇଁନାହିଁ ।

ଏବେ ଆମେରିକାରେ କରୋନାରେ ସଂକ୍ରମିତ ହୋଇ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ସଂକ୍ରମିତ ଅଛନ୍ତି । ଏଭଳି ସ୍ଥିତିରେ କରୋନାକୁ କିଭଳି ମୁକାବିଲା କରାଯିବ ତାହାକୁ ନେଇ ବାରମ୍ବାର ଆଲୋଚନା କରୁଛନ୍ତି ରାଷ୍ଟ୍ରପତି ଟ୍ରମ୍ପ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe