କନକ ବ୍ୟୁରୋ: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସକୁ ଫେରିଛନ୍ତି ପୂର୍ବତନ ଆମେରିକା ରାଷ୍ଟ୍ରପତି ତଥା ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ । ଏକ୍ସକୁ ଫେରିବା ସହ ଏହା ମାଧ୍ୟମରେ ନିଜ ନିର୍ବାଚନୀ କ୍ୟାମ୍ପେନକୁ ଜୋରଦାର କରିଛନ୍ତି । ମେକ୍ ଆମେରିକା ଗ୍ରେଟ୍ ଏଗେନ କ୍ୟାମ୍ପେନକୁ ବ୍ୟାପକ କରିଛନ୍ତି ଟ୍ରମ୍ପ । ଏହାର ଭିଡିଓ ନିଜେ ଜାରି କରିଛନ୍ତି ଡୋନାଲ୍ଡ ଟ୍ରମ୍ପ୍ । ଏକ୍ସର ମାଲିକ ଏଲନ ମସ୍କଙ୍କ ସହ ଡୋନାଲ୍ଡ ଟ୍ରମ୍ପ ଲାଇଭ୍ ସାକ୍ଷାତକାର ବି କରିଛନ୍ତି ଟ୍ରମ୍ପ । ପ୍ରାୟ ୨ ଘଣ୍ଟା ଧରି ଚାଲିଥିବା ଏହି ସାକ୍ଷାତକାରର ଅଡିଓ ଏବେ ଏକ୍ସରେ ଟ୍ରେଣ୍ଡିଂ କରୁଛି ।

Advertisment
  • ଡୋନାଲ୍ଡ ଟ୍ରମ୍ପଙ୍କ ସାଂଘାତିକ ଅଭିଯୋଗ
  • କମଲା ଓ ବାଇଡେନଙ୍କୁ ଟାର୍ଗେଟ

୨ ଘଣ୍ଟା ଯାଏଁ ଚାଲିଥିବା ଏହି ଲାଇଭରେ ଟ୍ରମ୍ପ ନିର୍ବାଚନର ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଥିଲେ । ପ୍ରଚାର ବେଳେ ତାଙ୍କ ଉପରେ ହୋଇଥିବା ମରଣାତ୍ମକ ଆକ୍ରମଣ ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ନିଜର ପ୍ରତିଦ୍ୱନ୍ଦ୍ୱୀ କମଲା ହାରିସଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ଟ୍ରମ୍ପ ।

ସୂଚନାଯୋଗ୍ୟ ଯେ, ୨୦୨୩ ପରଠୁ ସୋସିଆଲ ମିଡିଆ ଏକ୍ସକୁ ଅଲବିଦା କରିଥିଲେ ଟ୍ରମ୍ପ । ଆମେରିକାର ଆପ୍ ଟ୍ରୁଥ ଜରିଆରେ ନିଜ ମତ ରଖୁଥିଲେ ଟ୍ରମ୍ପ । କିନ୍ତୁ ଆସନ୍ତା ନଭେମ୍ବରରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଥିବାରୁ ଏବେ ଏକ୍ସକୁ ଫେରିଛନ୍ତି ଡୋନାଲ୍ଡ ଟ୍ରମ୍ପ୍ ।