କନକ ବ୍ୟୁରୋ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗିରଫ । ଗୋପନ ଦସ୍ତାବିଜ ରଖିବା ମାମଲାରେ ଗିରଫ ହୋଇଛନ୍ତି । ମିୟାମି ସଂଘୀୟ ଅଦାଲତରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ୨୦୨୧ ଜାନୁଆରୀରେ ରାଷ୍ଟ୍ରପତି କାର୍ଯ୍ୟାଳୟ ଛାଡିବା ପରେ ଟ୍ରମ୍ପ ଜାତୀୟ ସୁରକ୍ଷା ସମ୍ବଳିତ ଅନେକ ଗୋପନ ଓ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ତାଙ୍କ ଘରକୁ ନେଇଯାଇଥିଲେ ।

Advertisment

ଏ ନେଇ ତାଙ୍କ ନାମରେ ମାମଲା ହୋଇଥିଲା । ଏହା ପୂର୍ବରୁ ଏପ୍ରିଲରେ ବିଶ୍ୱର ଏହି ଚର୍ଚ୍ଚିତ ବ୍ୟକ୍ତି ଗିରଫ ହୋଇଥିଲେ । ୨୦୧୬ ଆମେରିକା ରାଷ୍ଟ୍ରପତି ନିର୍ବାଚନ ବେଳେ ପର୍ଣ୍ଣଷ୍ଟାରକଙ୍କୁ ଟଙ୍କା ଦେଇ ପାଟି ଚୁପ କରିବା ମାମଲାରେ କୋର୍ଟରେ ହାଜର ହୋଇ ଗିରଫ ହୋଇଥିଲେ । ତେବେ ଆଜି କୋର୍ଟରେ ହାଜର ବେଳେ ଟିଭି ଚ୍ୟାନେଲକୁ ପୂର୍ବଭଳି ଲାଇଭ୍ ବ୍ରଡକାଷ୍ଟିଂ ପାଇଁ ଅନୁମତି ମିଳିନଥିଲା କି କୋର୍ଟ ରୁମର ଚିତ୍ର ପ୍ରସାରଣ ପାଇଁ ଅନୁମତି ମିଲିନଥିଲା ।

ଟ୍ରମ୍ପ ଗିରଫ ହେବା ପରେ ତାଙ୍କ ସମର୍ଥକମାନେ କୋର୍ଟ ସାମ୍ନାରେ ନାରାବାଜି କରିଥିଲେ୍ । ଆଉ ‘ମେକ୍ ଆମେରିକା ଗ୍ରେଟ୍ ଏଗେନ’ର ନାରା ଦେଇଥିଲେ । ଟ୍ରମ୍ପଙ୍କ ସମର୍ଥକ ଦାବି କରୁଛନ୍ତି ଯେ ବାଇଡେନ ପ୍ରଶାସନ ତାଙ୍କ ବିରୋଧରେ ଷଡଯନ୍ତ୍ର କରୁଛି । ସେ କିନ୍ତୁ ନିର୍ଦ୍ଦୋଷ ବୋଲି ଦାବି କରୁଛନ୍ତି । କୋର୍ଟରେ ୪୫ ମିନିଟ ଧରି ମାମଲା ଚାଲିବା ପରେ ଶେଷରେ ଜାମିନ ପାଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ।