ନବବର୍ଷରେ ଇରାନକୁ ଚେତାବନୀ ଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ : କହିଲେ ମୋ କଥାକୁ ଚେତାବନୀ ନୁହଁ ଧମକ ଭାବ । 

203

ଅତୀତ ପାଲଟିଛି ୨୦୧୯ । ନୂଆବର୍ଷରେ ଉତ୍ସବମୁଖର ସାରା ବିଶ୍ୱ । ନୂଆବର୍ଷ ପାଳନ ନେଇ ସବୁଆଡ଼େ ଉତ୍ସବ ଓ ଉତ୍ସାହର ପରିବେଶ । ନାଚଗୀତ ସହ ଆନନ୍ଦରେ ନୂଆବର୍ଷକୁ ସ୍ୱାଗତ କରାଯାଇଛି । ଗୋଟିଏ ପଟେ ନୂଆବର୍ଷ ପାଳନରେ ସମସ୍ତେ ମସଗୁଲ ଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ କୁ  ଚେତାବନୀ ଦେଇଛନ୍ତି ।

ସୂଚନାନୁସାରେ, ଇରାନ୍ ର ବଗଦାଦ୍ ସ୍ଥିତ ଆମେରିକୀ ଦୂତାବାସ ବାହାରେ ହଜାର ହଜାର ସଂଖ୍ୟକ ଇରାନ ସମର୍ଥକ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । କେବଳ ସେତିକି ନୁହେଁ ବିକ୍ଷୋଭକାରୀମାନେ ପଥର ଫୋପାଡି , ଦୂତାବାସ ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରୁଛନ୍ତି । ଏହି ଘଟଣାକୁ ନେଇ ଡୋନାଲ୍ଡ ଟ୍ରମ୍ପ କ୍ଷୋଭ ପ୍ରକାଶ କରିଛନ୍ତି । ସେ ଇରାନକୁ ଧମକ ଦେବା ସହ କହିଛନ୍ତି , ଆମେରିକା ଦୂତାବାସରେ ରହୁଥିବା କୌଣସି ସଦସ୍ୟଙ୍କର ଯଦି କିଛି କ୍ଷତି ହୁଏ ତେବେ ପରିଣାମ ଖୁବ୍ ଗମ୍ଭୀର ହେବ । ଏହାକୁ ଚେତାବନୀ ନୁହଁ , ଧମକ ଭାବନ୍ତୁ । ଏହା ସହ ଟ୍ରମ୍ପ୍ ନବବର୍ଷର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।

ତେବେ ଡୋନାଲ୍ଡ ଟ୍ରମ୍ପ ଟ୍ୱିଟ କରି ଇରାନ ସ୍ଥିତ ଆମେରିକୀ ଦୂତାବାସ ସୁରକ୍ଷିତ ଥିବା କହିଛନ୍ତି । ଯବାନମାନଙ୍କୁ ଦୂତାବାସ ଚାରିପାଖରେ ନିୟୋଜିତ କରାଯାଇଛି । ଏଥି ସହିତ ସେ ଇରାନର ରାଷ୍ଟ୍ରପତି , ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । କାରଣ ସେମାନେ ଘଟଣା ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଶେଷରେ ଡୋନାଲ୍ଡ ଟ୍ରମ୍ପ ସମସ୍ତଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇଛନ୍ତି ।