ଅତୀତ ପାଲଟିଛି ୨୦୧୯ । ନୂଆବର୍ଷରେ ଉତ୍ସବମୁଖର ସାରା ବିଶ୍ୱ । ନୂଆବର୍ଷ ପାଳନ ନେଇ ସବୁଆଡ଼େ ଉତ୍ସବ ଓ ଉତ୍ସାହର ପରିବେଶ । ନାଚଗୀତ ସହ ଆନନ୍ଦରେ ନୂଆବର୍ଷକୁ ସ୍ୱାଗତ କରାଯାଇଛି । ଗୋଟିଏ ପଟେ ନୂଆବର୍ଷ ପାଳନରେ ସମସ୍ତେ ମସଗୁଲ ଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ କୁ ଚେତାବନୀ ଦେଇଛନ୍ତି ।
The U.S. Embassy in Iraq is, & has been for hours, SAFE! Many of our great Warfighters, together with the most lethal military equipment in the world, was immediately rushed to the site. Thank you to the President & Prime Minister of Iraq for their rapid response upon request....
— Donald J. Trump (@realDonaldTrump) December 31, 2019
ସୂଚନାନୁସାରେ, ଇରାନ୍ ର ବଗଦାଦ୍ ସ୍ଥିତ ଆମେରିକୀ ଦୂତାବାସ ବାହାରେ ହଜାର ହଜାର ସଂଖ୍ୟକ ଇରାନ ସମର୍ଥକ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । କେବଳ ସେତିକି ନୁହେଁ ବିକ୍ଷୋଭକାରୀମାନେ ପଥର ଫୋପାଡି , ଦୂତାବାସ ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରୁଛନ୍ତି । ଏହି ଘଟଣାକୁ ନେଇ ଡୋନାଲ୍ଡ ଟ୍ରମ୍ପ କ୍ଷୋଭ ପ୍ରକାଶ କରିଛନ୍ତି । ସେ ଇରାନକୁ ଧମକ ଦେବା ସହ କହିଛନ୍ତି , ଆମେରିକା ଦୂତାବାସରେ ରହୁଥିବା କୌଣସି ସଦସ୍ୟଙ୍କର ଯଦି କିଛି କ୍ଷତି ହୁଏ ତେବେ ପରିଣାମ ଖୁବ୍ ଗମ୍ଭୀର ହେବ । ଏହାକୁ ଚେତାବନୀ ନୁହଁ , ଧମକ ଭାବନ୍ତୁ । ଏହା ସହ ଟ୍ରମ୍ପ୍ ନବବର୍ଷର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।
ତେବେ ଡୋନାଲ୍ଡ ଟ୍ରମ୍ପ ଟ୍ୱିଟ କରି ଇରାନ ସ୍ଥିତ ଆମେରିକୀ ଦୂତାବାସ ସୁରକ୍ଷିତ ଥିବା କହିଛନ୍ତି । ଯବାନମାନଙ୍କୁ ଦୂତାବାସ ଚାରିପାଖରେ ନିୟୋଜିତ କରାଯାଇଛି । ଏଥି ସହିତ ସେ ଇରାନର ରାଷ୍ଟ୍ରପତି , ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । କାରଣ ସେମାନେ ଘଟଣା ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଶେଷରେ ଡୋନାଲ୍ଡ ଟ୍ରମ୍ପ ସମସ୍ତଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇଛନ୍ତି ।