ପ୍ରଧାନମନ୍ତ୍ରୀ ମୋଦିଙ୍କ ଇଂରାଜୀ ଭାଷାଜ୍ଞାନକୁ ନେଇ କିଛି ଏଭଳି କହିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ , ହସି ହସି ବେଦମ୍ ହେଲେ ମୋଦି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଇଂରାଜୀ ଭାଷାଜ୍ଞାନକୁ ନେଇ କିଛି ଏଭଳି କହିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ , ହସି ହସି ବେଦମ୍ ହେଲେ ମୋଦି ।

ଫ୍ରାନ୍ସରେ ଜି-୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସାକ୍ଷାତ କରି ଦ୍ୱିପାକ୍ଷୀକ  କଥାବାର୍ତ୍ତା କରିଛନ୍ତିି । ଟ୍ରମ୍ପ ଏବଂ ମୋଦିଙ୍କ ଏହି ସାକ୍ଷାତକାରରେ ଦୁହିଁଙ୍କ ମଧ୍ୟରେ ଗଭୀର ବନ୍ଧୁତାର ଛାପ ଦେଖିବାକୁ ମିଳିଥିଲା । ଏହି ଦୁଇ ନେତା ଦୁହିଁଙ୍କ ହାତ ଧରି ଠୋ’ ଠା କରି ହସୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ପ୍ରେସ୍ ମିଟିଙ୍ଗ୍ ସମୟରେ ସାମ୍ବାଦିକଙ୍କୁ ମୋଦି ଦୁହିଁଙ୍କୁ କଥାବାର୍ତ୍ତା କରିବାକୁ ସମୟ ଦେବାକୁ କହିଥିଲେ ଏବଂ ଆବଶ୍ୟକ ପଡିଲେ ସୁଚନା ଦିଆଯିବ ବୋଲି ମଧ୍ୟ କହିଥିଲେ ।

publive-image

ପ୍ରେସ୍ ମିଟିଙ୍ଗ୍ ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇଙ୍ଗୀତ କରି କହିଥିଲେ ଆପଣ ବହୁତ ଭଲ ଇଂରାଜୀ କହୁଛନ୍ତିି କିନ୍ତୁ  କହିବାକୁ  ଚାହୁଁନାହାନ୍ତିି । ଟ୍ରମ୍ପଙ୍କ ଏହି ବୟାନରେ ମୋଦି ଏବଂ ଟ୍ରମ୍ପ ଖୁବ୍ ଜୋରରେ ହସିବାକୁ ଲାଗିଲେ । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ଟ୍ରମ୍ପଙ୍କ ହାତକୁ ଧରି ଥାପୁଡାଇବାକୁ ଲାଗିଥିଲେ । ତେବେ ବର୍ତ୍ତମାନ ମୋଦି ଏବଂ ଟ୍ରମ୍ପଙ୍କ ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଏହି ବୈଠକରେ ମୋଦି ଟ୍ରମ୍ପଙ୍କ ଉପସ୍ଥିତିରେ କହିଥିଲେ , କାଶ୍ମୀର ମୁଦ୍ଦା କେବଳ ଭାରତ ଏବଂ ପାକିସ୍ତାନର କଥା । ଦୁଇଦେଶ ଏହି ସମସ୍ୟାର ସମାଧାନ ମଧ୍ୟ କରିପାରିବେ କିନ୍ତୁ ସବୁ ବିଷୟ ଦ୍ୱିପାକ୍ଷୀକ ହୋଇଥିବାରୁ ଆମେ କୌଣସି ତୃତୀୟ ଦେଶକୁ ଏଥିପାଇଁ କଷ୍ଟ ଦେବାକୁ ଚାହୁଁନାହୁଁ । ତେବେ ଏହି ଦୁଇ ନେତାଙ୍କ ଭିତରେ ୪୦ ମିନିଟ୍ ଧରି କଥାବାର୍ତ୍ତା ଚାଲିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe