ଫ୍ରାନ୍ସରେ ଜି-୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସାକ୍ଷାତ କରି ଦ୍ୱିପାକ୍ଷୀକ କଥାବାର୍ତ୍ତା କରିଛନ୍ତିି । ଟ୍ରମ୍ପ ଏବଂ ମୋଦିଙ୍କ ଏହି ସାକ୍ଷାତକାରରେ ଦୁହିଁଙ୍କ ମଧ୍ୟରେ ଗଭୀର ବନ୍ଧୁତାର ଛାପ ଦେଖିବାକୁ ମିଳିଥିଲା । ଏହି ଦୁଇ ନେତା ଦୁହିଁଙ୍କ ହାତ ଧରି ଠୋ’ ଠା କରି ହସୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ପ୍ରେସ୍ ମିଟିଙ୍ଗ୍ ସମୟରେ ସାମ୍ବାଦିକଙ୍କୁ ମୋଦି ଦୁହିଁଙ୍କୁ କଥାବାର୍ତ୍ତା କରିବାକୁ ସମୟ ଦେବାକୁ କହିଥିଲେ ଏବଂ ଆବଶ୍ୟକ ପଡିଲେ ସୁଚନା ଦିଆଯିବ ବୋଲି ମଧ୍ୟ କହିଥିଲେ ।
ପ୍ରେସ୍ ମିଟିଙ୍ଗ୍ ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇଙ୍ଗୀତ କରି କହିଥିଲେ ଆପଣ ବହୁତ ଭଲ ଇଂରାଜୀ କହୁଛନ୍ତିି କିନ୍ତୁ କହିବାକୁ ଚାହୁଁନାହାନ୍ତିି । ଟ୍ରମ୍ପଙ୍କ ଏହି ବୟାନରେ ମୋଦି ଏବଂ ଟ୍ରମ୍ପ ଖୁବ୍ ଜୋରରେ ହସିବାକୁ ଲାଗିଲେ । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ଟ୍ରମ୍ପଙ୍କ ହାତକୁ ଧରି ଥାପୁଡାଇବାକୁ ଲାଗିଥିଲେ । ତେବେ ବର୍ତ୍ତମାନ ମୋଦି ଏବଂ ଟ୍ରମ୍ପଙ୍କ ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଏହି ବୈଠକରେ ମୋଦି ଟ୍ରମ୍ପଙ୍କ ଉପସ୍ଥିତିରେ କହିଥିଲେ , କାଶ୍ମୀର ମୁଦ୍ଦା କେବଳ ଭାରତ ଏବଂ ପାକିସ୍ତାନର କଥା । ଦୁଇଦେଶ ଏହି ସମସ୍ୟାର ସମାଧାନ ମଧ୍ୟ କରିପାରିବେ କିନ୍ତୁ ସବୁ ବିଷୟ ଦ୍ୱିପାକ୍ଷୀକ ହୋଇଥିବାରୁ ଆମେ କୌଣସି ତୃତୀୟ ଦେଶକୁ ଏଥିପାଇଁ କଷ୍ଟ ଦେବାକୁ ଚାହୁଁନାହୁଁ । ତେବେ ଏହି ଦୁଇ ନେତାଙ୍କ ଭିତରେ ୪୦ ମିନିଟ୍ ଧରି କଥାବାର୍ତ୍ତା ଚାଲିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/08/5662526498201926025535.jpeg)
/kanak/media/post_attachments/wp-content/uploads/2019/08/moditrumphandshake-1000_8-300x188.jpg)