ଭାରତ ଗସ୍ତ ପୂର୍ବରୁ ଟ୍ରମ୍ପଙ୍କ ବଡ ବୟାନ । କହିଲେ, ମୋଦିଙ୍କୁ ପସନ୍ଦ କରନ୍ତି : ହେଲେ, ଭାରତ ସହିତ ଏବେ ହେବନି କୌଣସି ବ୍ୟବସାୟିକ ଚୁକ୍ତି

1,074

କନକ ବ୍ୟୁରୋ : ଭାରତ ଗସ୍ତ ପୂର୍ବରୁ ବଡ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କହିଛନ୍ତି ସେ, ମୋଦିଙ୍କୁ ବହୁତ ପସନ୍ଦ କରନ୍ତି । ହେଲେ, ଭାରତ ସହିତ ଏବେ କୌଣସି ବଡ ବ୍ୟବସାୟିକ ଚୁକ୍ତି ହେବ ନାହିଁ । ଭାରତ ତାଙ୍କ ସହ ବହୁତ ଭଲ ବ୍ୟବହାର କରିନାହିଁ । କିନ୍ତୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବହୁତ ପସନ୍ଦ କରନ୍ତି । ଏଥିପାଇଁ ଭାରତ ଯିବାକୁ ଉତ୍ସୁକ ଅଛନ୍ତି । କିନ୍ତୁ ଛୋଟ ଛୋଟ ଚୁକ୍ତି ହେବାର ସମ୍ଭାବନା ରହିଛି ।

ଆଗାମି ଦିନରେ ବଡ ଚୁକ୍ତି ନେଇ ବିଚାର କରିବେ ବୋଲି ସେ କହିଛନ୍ତି । ଟ୍ରମ୍ପ ୨୪ ଫେବ୍ରୁଆରୀକୁ ଭାରତ ଗସ୍ତରେ ଆସିବେ । ଏହି ଗସ୍ତ ସମୟରେ ଆମେରିକା ସହ ଭାରତର ବାଣିଜିକ ଚୁକ୍ତି ହେବ ବୋଲି ଆଶା କରାଯାଉଥିଲା । କିନ୍ତୁ ଟ୍ରମ୍ପଙ୍କ ଏହି ବୟାନ ଭାରତୀୟଙ୍କୁ ଝଟକା ଦେଇଛି ।