କନକ ବ୍ୟୁରୋ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ବାଚନରେ ପରାଜିତ ହୋଇ ହ୍ୱାଇଟ ହାଉସ ଛାଡିବା ପରେ ପ୍ରଥମଥର ପାଇଁ ମଙ୍ଗଳବାର ଦିନ ୱାସିଂଟନ ପହଂଚିଛନ୍ତି । ସେଠାରେ ସେ ପୁଣି ସେହି ପୂର୍ବକଥା ଦୋହରାଇ କହିଛନ୍ତି କି, ସେ ନିର୍ବାଚନ ଜିତିଥିବା ନେଇ ତାଙ୍କ ପାଖରେ ସମସ୍ତ ପ୍ରମାଣ ଥିବା କଥା ଟ୍ରମ୍ପ କହିଛନ୍ତି । ସେ ଆହୁରି କହିଛନ୍ତି କି, ୨୦୨୦ ନିର୍ବାଚନରେ ହୋଇଥିବା ହେରାଫେରି ଆମେରିକା ଇତିହାସ ପାଇଁ ଏକ କଳଙ୍କ ।

Advertisment

ସେପଟେ ୨୦୨୪ ରେ ପୁଣି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ଏହି ନିର୍ବାଚନରେ ପୁଣିଥିରେ ଟ୍ରମ୍ପ ପ୍ରାର୍ଥୀ ହେବେ ବୋଲି ସଂକେତ ଦେଇଛନ୍ତି । ସେ କହିଛନ୍ତି କି ୨୦୨୦ ରେ ଯାହା ଘଟିଗଲା ତାର ପ୍ରକୃତ ପ୍ରମାଣ ଦେବାକୁ ସେ ୨୦୨୪ ରେ ପ୍ରାର୍ଥୀ ହୋଇପାରନ୍ତି ।

ହ୍ୱାଇଟ ହାଉସର ପୂର୍ବତନ ଅଧିକାରୀ ଓ କ୍ୟାବିନେଟ ସଦସ୍ୟଙ୍କ ଦ୍ୱାରା ଆୟୋଜିତ ଏକ ବୈଠକରେ ଲୋକଙ୍କ ତାଳି ଭିତରେ ଟ୍ରମ୍ପଙ୍କ ଏଭଳି ବୟାନରୁ ଅନୁମାନ କରାଯାଉଛି କି ଟ୍ରମ୍ପ ପୁଣି ପ୍ରାର୍ଥୀ ହୋଇପାରନ୍ତି । ଏନେଇ ତାଙ୍କ ସମର୍ଥକଙ୍କ ପକ୍ଷରୁ ଏଭଳି ଏକ ଏଜେଣ୍ଡା ପ୍ରସ୍ତୁତ କରାଯାଉଛି ।

କହିରଖୁ କି ଟ୍ରମ୍ପଙ୍କୁ ପରାଜିତ କରି ଜୋ ବାଇଡେନ ୨୦ ଜାନୁଆରୀ ୨୦୨୧ ରେ ଆମେରିକାର ରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ । ଏହାପରେ ଟ୍ରମ୍ପ ହ୍ୱାଇଟ ହାଉସରୁ ବିଦାୟ ନେଇଥିଲେ । ହେଲେ ସେ ପରାଜିତ ହେବା ପରେ ହ୍ୱାଇଟ ହାଉସରେ ହୋଇଥିବା ଗଣ୍ଡଗୋଳ ପାଇଁ ବାଇଡେନ ସିଧାସଳଖ ଟ୍ରମ୍ପଙ୍କୁ ଦାୟୀ କରିଥିଲେ ।