କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ଆମେରିକା ରାଜନୀତିରେ ହଲଚଲ । ନ୍ୟୁୟର୍କ ଟାଇମ୍ସର ରିପୋର୍ଟ କହିଲା, ୧୦ବର୍ଷ ଧରି ଟିକସ ଫାଙ୍କି ଆସୁଥିଲେ ଡୋନାଲ୍ଡ ଟ୍ରମ୍ପ । ୨୦୧୬-୧୭ରେ ଟିକସରେ ଦେଇଥିଲେ ମାତ୍ର ୫୫ହଜାର ଟଙ୍କା । ଏପରି ଏକ ରିପୋର୍ଟକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାଁରେ ନୂଆ ବିବାଦ ଆରମ୍ଭ ହୋଇଯାଇଛି । ୧୫ବର୍ଷ ଭିତରେ ୧୦ବର୍ଷ ପାଇଁ ଟ୍ରମ୍ପ କୌଣସି ଆୟକର ଦେଇନଥିବା ନେଇ ନ୍ୟୁୟର୍କ ଟାଇମ୍ସରେ ରିପୋର୍ଟ ପ୍ରକାଶ ପାଇଛି ।
Advertisment