ବିଜୟ ଦ୍ୱାରରେ ରିପବ୍ଲିକାନ୍‌ ପାର୍ଟିର ଡୋନାଲ୍‌ଡ୍‌ ଟ୍ରମ୍ପ୍‌

ବିଜୟ ଦ୍ୱାରରେ ରିପବ୍ଲିକାନ୍‌ ପାର୍ଟିର ଡୋନାଲ୍‌ଡ୍‌ ଟ୍ରମ୍ପ୍‌

source- nbc news

କନକ ବ୍ୟୁରୋ : ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ନିଜ ପ୍ରତିଦ୍ୱନ୍ଦୀ ହିଲାରି କ୍ଲିଣ୍ଟ୍‌ନଙ୍କ ଉପରେ ଆକସ୍ମିକ ବିଜୟ ହାସଲ କରିବାର ସମ୍ଭାବନା ରହିଛି । ଓହିଓ, ଫ୍ଲୋରିଡା ଏବଂ ନର୍ଥ କ୍ୟାରୋଲିନା ପରି ଗୁରୁତ୍ୱପୂର୍ଣ୍ଣ ରାଜ୍ୟମାନଙ୍କରେ ରିପବ୍ଲିକାନ୍‌ ପାର୍ଟିର ଡୋନାଲ୍‌ଡ୍‌ଙ୍କ ବିଜୟ ଲାଭ ଏହାର ସୂଚନା ଦେଉଛି ବୋଲି ରାଜନୈତିକ ବିଷାରଦମାନେ କଳନା କରୁଛନ୍ତି।

ଡେମୋକ୍ରାଟିକ୍‌ ପ୍ରାର୍ଥୀନୀ ହିଲାରି କ୍ଲିଣ୍ଟନ୍‌ ଏବଂ ରିପବ୍ଲିକାନ୍‌ ପାର୍ଟିର ଡୋନାଲ୍‌ଡ୍‌ଙ୍କ ମଧ୍ୟରେ କଡା ଟକ୍କର ଚାଲିଛି । କିନ୍ତୁ, ଟ୍ରମ୍ପ୍‌ଙ୍କର ବିଜୟ ଧାରା ଆମେରିକୀୟ ଇଲେକ୍‌ଟୋରେଟ୍‌କୁ ଭାଗଭାଗ କରିଦେଲା ପରି ଜଣାପଡୁଛି। ଜିଣିବାକୁ ୨୭୦ ଇଲେକ୍ଟୋରାଲ୍‌ ଭୋଟ୍‌ ଆବଶ୍ୟକ ଥିବାବେଳେ ଏ ପର୍ଯ୍ୟନ୍ତ ୭୦ ବର୍ଷିୟ ଟ୍ରମ୍ପ୍‌ ୨୪୪ଟି ଇଲେକ୍ଟୋରାଲ୍‌ ଭୋଟ୍‌ ଜିଣି ଆଗେଇ ଚାଲିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe