କନକ ବ୍ୟୁରୋ : ନଜର ପକାନ୍ତୁ ଏହି ଫଟୋ ଗୁଡିକ ଉପରେ । ରାଷ୍ଟ୍ରପତି ପଦ ଛାଡ଼ିବା ପରେ ଗୁପ୍ତ କାଗଜପତ୍ରର ବ୍ୟବହାର ଓ ପରିଚାଳନା ନେଇ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଯେଉଁ ଅଭିଯୋଗ ହୋଇଥିଲା ଇଏ ସେହି ସବୁ କାଗଜପତ୍ର ଅଟେ । ଯାହା ଟ୍ରମ୍ପ ଘରୁ ଜବତ ହୋଇଛି । ବେଡରୁମ, ଶୌଚାଳୟ, ଷ୍ଟୋରରୁମ ସହ ବିଭିନ୍ନ ସ୍ଥାନରୁ ମିଳିଛି । ଆମେରିକା ଜଷ୍ଟିସ ଡିପାମେଂଟ ଏହି ସବୁ ଫଟୋ ଜାରି କରିଛନ୍ତି । ଅର୍ନ୍ତଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଟ୍ରମ୍ପଙ୍କ ନିକଟରୁ ୩୩୭ ସରକାରୀ ଦସ୍ତାବିଜ ଜବତ କରାଯାଇଛି । ଯେଉଁଥିରେ ୨୧ଟି ଗୁପ୍ତତଥ୍ୟ ବିଶିଷ୍ଟ କାଗଜପତ୍ର ରହିଛି । ଅଭିଯୋଗ ହୋଇଛି ଟ୍ରମ୍ପ ବିନା ସୁରକ୍ଷା ଅନୁମତିରେ ଦସ୍ତାବିଜ ଗୁଡିକ କିଛି ଲୋକଙ୍କୁ ଦେଖାଇଛନ୍ତି । ଏହି କାଗଜପତ୍ର ଦେଶରେ ବହୁ ଗୁରୁତ୍ୱପୂର୍ଣ୍ଣ ଓ ସମ୍ପେଦନଶୀଳ ତଥ୍ୟ ରହିଛି । କେବଳ ନିଦ୍ଧିଷ୍ଟ ଅଧିକାରୀ ଓ ବ୍ୟକ୍ତିଙ୍କ ପାଖରେ ଏହି ତଥ୍ୟ ରହିବା ନିୟମ ରହିଛି । ଗୁପ୍ତ ଦସ୍ତାବିଜ ଲିକ ଦେଶର ସୁରକ୍ଷା ପ୍ରତି ବଡ ବିପଦ ସୃଷ୍ଟି ଆଶଙ୍କା ସୃଷ୍ଟି କରିଛି   ।

Advertisment

୨୦୨୧ରେ ଟ୍ରମ୍ପଙ୍କ ପ୍ରତିନିଧି ସହ ଯୋଗାଯୋଗ କରିଥିଲା ନ୍ୟାସନାଲ ଆରକାଇଭ୍ ଓ ରେକର୍ଡସ୍ ଆଡମିନିଷ୍ଟ୍ରେସନ । ହ୍ୱାଇଟ ହାଉସରୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଗାଏବ ଥିବା ସେମାନେ ଏଥିରେ ଦର୍ଶାଇଥିଲେ । ହ୍ୱାଇଟ ହାଉସର କାଜପତ୍ର ଆମେରିକୀୟ ସରକାରଙ୍କ ସର୍ମ୍ପକିତ ଓ ଏହାକୁ ସଂରକ୍ଷିତ ରଖାଯିବାର ନିୟମ ରହିଛି । ୨୦୨୨ ଜାନୁଆରୀରେ ଟ୍ରମ୍ପଙ୍କ ଫ୍ଲୋରିଡା ଘରୁ କାଗଜପତ୍ର ମିଳିଲା । ଟ୍ରମ୍ପଙ୍କ ପକ୍ଷରୁ କୁହାଗଲା ଯେ, ପ୍ରଶାସନ ମାଗିଥିବା ସବୁ କାଗଜପତ୍ର ଦିଆସରିଛି । ହେଲେ ପ୍ରଶାସନ ଏହାକୁ ଖଣ୍ଡନ କଲା । ପରେ ପୁଣି ଆଉ ୩୩ ବାକ୍ସର କାଗଜପତ୍ର ଉଦ୍ଧାର କରାଗଲା । ଏହି ମାମଲାରେ ଏବେ ଟ୍ରମ୍ପଙ୍କ ନାଁରେ ଅଭିଯୋଗପତ୍ର ଦାଖଲ ହୋଇଛି ନୂଆ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ଟ୍ରମ୍ପ । ସେ କହିଛନ୍ତି ଯେ, ବାଇଡେନ ପ୍ରଶାସନ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରୁଛି ।

ଏହା ପ୍ରଥମ ଘଟଣା ନୁହେଁ ଯେବେ ଡୋନାଲ୍ଟ ଟ୍ରମ୍ପଙ୍କ ଉପରେ କୌଣସି ସଂଗୀନ ଅଭିଯୋଗ ଲାଗିଛି । ଏହା ପୂର୍ବରୁ ଅନେକ ଅଭିଯୋଗ ଘେରରେ ସେ ଫଶିଛନ୍ତି । ଆଗକୁ ରାଷ୍ଟ୍ରପତି ନିର୍ବାଚନ । ସଂଗୀନ ଅଭିଯୋଗ ଘେରରେ ଥିବା ଟ୍ରମ୍ପଙ୍କ ରାଜନନୈତିକ ଜୀବନରେ ଏହାର କଣ ପ୍ରଭାବ ପଡିବ ସେନେଇ ଏବେ ପ୍ରଶ୍ନ ସୃଷ୍ଟି ହୋଇଛି