• ଦୁଇ ଦିନିଆ ଭାରତଗସ୍ତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
• ଅହମ୍ମଦାବାଦରେ ପହଂଚିଲେ ଡୋନାଲ୍ଡ ଟ୍ରମ୍ପ
• ଟ୍ରମ୍ପଙ୍କୁ ଆଲିଙ୍ଗନ କରି ସ୍ୱାଗତ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି
• ମୋଟେରା ଷ୍ଟିଡିୟମରେ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମ
କନକ ବ୍ୟୁରୋ: ଭାରତମାଟିରେ ପାଦ ଥାପିଲେ ଆମେରିକା ରାଷ୍ଟ୍ରପତି । ସପରିବାର ସହ ଭାରତରେ ପହଁଚିଲେ ଡୋନାଲ୍ଡ ଟ୍ରମ୍ପ । ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡ୍ରୋନାଲ୍ଡ ଟ୍ରମ୍ପଙ୍କ ସ୍ୱାଗତ ପାଇଁ ନବବଧୂ ବେଶରେ ସଜେଇ ହୋଇଛି ଅହମ୍ମଦାବାଦ । ଅହମ୍ମଦାବାଦ ବିମାନବନ୍ଦରରେ ପହଂଚି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରମ୍ପଙ୍କୁ ସ୍ୱାଗତ ଜଣାଇଛନ୍ତି । ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରମର୍ଦ୍ଦନ କରି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଏବଂ ଫାଷ୍ଟ୍ ଲେଡି ମେଲାନିଆ ଟ୍ରମ୍ପ୍ଙ୍କୁ ସ୍ୱାଗତ କରିଥିଲେ। ତେବେ ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ମୋଦି ଟ୍ୱିଟ କରି କହିଥିଲେ ଟ୍ରମ୍ପଙ୍କ ଏହି ଗସ୍ତ ଦୁଇ ଦେଶର ସମ୍ପର୍କକୁ ବଢାଇବ । ଏହି ଗସ୍ତ ଉଭୟ ଆମେରିକା ଓ ଭାରତ ପାଇଁ ଗୁରୁତ୍ୱୂବହନ କରୁଛି । କାରଣ ଆଗକୁ ଆସିଛି ଆମେରିକା ନିର୍ବାଚନ । ଏବଂ ଏପଟେ ଭାରତରେ ବିଭିନ୍ନ ପ୍ରସଙ୍ଗରେ ମୋଦି ସରକାରଙ୍କୁ ବିରୋଧ ବଢୁଥିବା ବେଳେ ଆମେରିକାର ସହ ବନ୍ଧୁତା ସରକାରଙ୍କ ପାଇଁ ଗୁୁରୁତ୍ୱପୂର୍ଣ୍ଣ ରହିବ ।
Prime Minister Narendra Modi hugs US President Donald Trump upon his arrival in Ahmedabad. pic.twitter.com/MVeLHWt9jq
— ANI (@ANI) February 24, 2020
ଏହାପରେ ମଧ୍ୟାହ୍ନ ୧୨ଟା ୧୫ରେ ଟ୍ରମ୍ପ ଅହମ୍ମଦାବାଦସ୍ଥିତ ସାବରମତୀ ଆଶ୍ରମରେ ପହଁଚିବେ । ତାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ୨୨ କିମି ଲମ୍ବା ରୋଡ୍ ସୋ କରିବେ । ଅପରାହ୍ନ ଗୋଟାଏ ୫ରେ ମୋଟେରା ଷ୍ଟାଡିୟମରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଯୋଗଦେବେ । ଏହି ଗସ୍ତ ପାଇଁ ପୁରା ଅହମ୍ମଦାବାଦ ସହରକୁ ସଜେଇ ଦିଆଯାଇଛି । ସନ୍ଧ୍ୟାରେ ପତ୍ନୀ ମେଲାନିଆ ଓ ଝିଅ ଇଭାଙ୍କାଙ୍କ ସହ ଆଗ୍ରାର ତାଜମହଲ ପରିଦର୍ଶନରେ ଯିବେ ଟ୍ରମ୍ପ ।
ଅହମ୍ମଦାବାଦରେ ଟ୍ରମ୍ପଙ୍କ ଆଜି ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଦେଶସାରା ଉତ୍ସାହ ରହିଛି । ଅହମ୍ମଦାବାଦ ସଜେଇ ହୋଇ ରହିଛି । ଅହମ୍ମଦାବାଦରେ ପଂହଚିବା ପରେ ମୋଦି ଟ୍ରମ୍ପଙ୍କୁ ସ୍ୱାଗତ କରିବେ । ଏହା ପରେ ସାବରମତୀ ଆଶ୍ରମ ଯାଏଁ ରୋଡ ଶୋ ହେବ । ସାବରମତୀ ଆଶ୍ରମରେ ସେ ମଧ୍ୟାହ୍ନଭୋଜନ କରିବେ । ଏଥିପାଇଁ ମେନ୍ୟୁରେ ସୁସ୍ୱାଦ ଖାଦ୍ୟ ରହିଛି । ଏହାପରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଯୋଗଦେବେ । ଏଥିରେ ମୋଦି ବି ସାମିଲ ହେବେ ।