କନକ ବ୍ୟୁରୋ: ଆମେରିକାରେ ଆୟୋଜିତ ହେବ ହାଉଡି ମୋଦି କାର୍ଯ୍ୟକ୍ରମ । ଟେକ୍ସାସର ହଷ୍ଟନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ଆମେରିକା ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପ । ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରାୟ ୫୦ ହଜାର ଭାରତୀୟ । ଆଜି ସକାଳେ ମୋଦି ଟ୍ୱିଟ କରି ଟ୍ରମ୍ପକୁ ଏଥିପାଇଁ ସ୍ୱାଗତ କରିଛନ୍ତି । ଟ୍ୱିଟରେ ମୋଦି ଲେଖିଛନ୍ତି, ଟ୍ରମ୍ପ ଏହାଦ୍ୱାରା ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱର ନୂଆ ସଙ୍କେତ ଦେଇଛନ୍ତି । ଟ୍ରମ୍ପ ଏଥିରେ ସାମିଲ ହେଉଥିବାରୁ ମୁଁ ଖୁସି । ଏହି ଆୟୋଜନକୁ ମୁଁ ଅପେକ୍ଷା କରି ରହିଛି ।
ଚଳିତମାସ ୨୧ ତାରିଖରୁ ୨୭ ତାରିଖ ଯାଏଁ ମୋଦି ଆମେରିକା ଗସ୍ତରେ ଯିବେ । ୨୨ ତାରିଖରେ ହାଉଡି ମୋଦି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ୨୭ ତାରିଖରେ ସେ ଜାତିସଂଘ ମହସଭାକୁ ସମ୍ବୋଧିତ କରିବେ । ୨୦୧୯ରେ ନିର୍ବାଚନ ଜିତିବା ପରେ ମୋଦିଙ୍କ ଏହା ହେବ ପ୍ରଥମ ଆମେରିକା ଗସ୍ତ । ମାଡିସିନ ସ୍କେୟାର ଭଳ ିହଷ୍ଟନରେ ଏଥର ବଡ କାଯ ୍ର୍ୟକ୍ରମର ଆୟୋଜନ କରାଯାଇଛି । ଏଥିପାଇଁ ୫୦ ହଜାରର ଅଧିକ ଲୋକ ବର୍ତମାନ ସୁଦ୍ଧା ରେଜିଷ୍ଟ୍ରେସନ କରିସାରିଲେଣି । ପ୍ରଥମ ଥର ଲାଗି ମୋଦି ଓ ଟ୍ରମ୍ପ ଏଥିରେ ସାମିଲ ହେବେ । ନିକଟରେ ଜି-୭ ସମ୍ମିଳନୀରେ ମୋଦି-ଟ୍ରମ୍ପଙ୍କ ସାକ୍ଷାତ ହୋଇଥିଲା ।