ଶେଷରେ ପରାଜୟ ସ୍ୱୀକାର କଲେ ଡୋନାଲ୍ଡ ଟ୍ରମ୍ପ । ଭିିଡିଓ ଜାରି କରି ୱାଂଶିଟନ୍ ହିଂସାକୁ କଲେ ନିନ୍ଦା । 

144

କନକ ବ୍ୟୁରୋ: ବ୍ୟାପକ ହିଂସାକାଣ୍ଡ, କ୍ୟାପିଟାଲ ବିଲଡିଂକୁ କବଜା ଉଦ୍ୟମ ଭିତରେ ଆମେରିକାରେ ଦେଖା ଦେଇଥିବା ଅଶାନ୍ତି ସ୍ଥିତି ଏବେ ସାରା ବିଶ୍ୱରେ ଚର୍ଚାରେ ରହିଛି । ଏବେ ଭିତରେ ନିର୍ବାଚନରେ ପରାଜୟ ସ୍ୱୀକାର କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ଆମେରିକା କଂଗ୍ରେସରେ ଜୋ ବାଇଡେନଙ୍କ ବିଜୟ ଘୋଷଣାକୁ ଶେଷରେ ଗ୍ରହଣ କରିବା ସହିତ ନିଜ ପରାଜୟ ସ୍ୱୀକାର କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଜାନୁଆରୀ ୨୦ ତାରିଖରେ ଶେଷ ହୋଇଥାନ୍ତା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳ । ତେବେ ଏହା ଶେଷ ହେବାର ୧୩ ଦିନ ପୂର୍ବରୁ ପରାଜୟ ସ୍ୱିକାର କରିବାକୁ ବାଧ୍ୟ ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ ।

ଆମେରିକାର ୪୫ ତମ ରାଷ୍ଟ୍ରପତି ଭାବେ ୨୦୧୭ ଜାନୁଆରୀ ୨୦ ରେ ଦାୟିତ୍ୱ ଗ୍ରହଣ କରିଥିଲେ ଟ୍ରମ୍ପ । ଏହି ହିସାବରେ ୨୦୨୧ ଜାନୁଆରୀ ୨୦ରେ ଶେଷ ହୋଇଥାନ୍ତା ତାଙ୍କର କାର୍ଯ୍ୟକାଳ । ଏହା ଆଗରୁ ଜାନୁୟାରୀ ୬ ତାରିଖରେ ଆମେରିକାର ସଂସଦ, କ୍ୟାପିଟଲ୍ ବିଲ୍ଡିଂରେ ଟ୍ରମ୍ପଙ୍କ ସମର୍ଥକ ଘଟାଇଛନ୍ତି ବଡ ଧରଣର ହିଂସାକାଣ୍ଡ । ଏବେ ଘଟଣାକୁ ନେଇ ସାରା ବିଶ୍ୱରେ କଡା ସମାଲୋଚନାର ଶିକାର ହେବା ପରେ ହିଂସାକାଣ୍ଡକୁ ନିନ୍ଦା କରି ଭିଡିଓ ଜାରି କରିଛନ୍ତି ଟ୍ରମ୍ପ । ଭିଡିଓରେ ପରାଜୟ ସ୍ୱୀକାର କରିବା ସହ ହିଂସାକୁ ବନ୍ଦ କରିବାକୁ ଅପିଲ କରିଛନ୍ତି ।

ଭିଡିଓ ଜରିଆରେ ଟ୍ରମ୍ପ କହିଛନ୍ତି ଏବେ ଆମେରିକା ପାଇଁ କ୍ଷତ ଭରଣାର ସମୟ । ୨୦୨୦ରେ ଆମେରିକା ଯେଉଁ କଷ୍ଟକର ସମୟ ଦେଇ ଗତି କରିଛି, ୨୦୨୧ରେ ଏହାକୁ ଭରଣା କରିବାକୁ ହେବ । ଆମେରିକାରେ ଖୁବଶୀଘ୍ର ନୂଆ ପ୍ରଶାସନ ଦାୟିତ୍ୱ ଗ୍ରହଣ କରିବ । ଶାନ୍ତି ଶୃଙ୍ଖଳାର ସହ କ୍ଷମତା ହସ୍ତାନ୍ତର କରିବା ଉପରେ ସେ ଗୁରୁତ୍ୱ ଦେବେ ବୋଲି ଟ୍ରମ୍ପ କହିଛନ୍ତି ।

ଟ୍ରମ୍ପଙ୍କ ଏହି ଭିଡିଓ ବାର୍ତା ଗୋଟିଏ କଥା ସ୍ପଷ୍ଟ କରୁଛି, କ୍ଷମତା ଅକ୍ତିଆର ପାଇଁ ଅନ୍ଧ ହୋଇଥିବା ଟ୍ରମ୍ପ ବୋଧହୁଏ, ହିଂସାକାଣ୍ଡ ପାଇଁ ପଶ୍ଚାତାପ କରୁଛନ୍ତି । ଯଦି ସମୟ ଆଗରୁ ଟ୍ରମ୍ପଙ୍କୁ ଗାଦି ଚ୍ୟୁତ କରାନଯାଏ , ଜାନୁଆରି ୨୦ ତାରିଖରେ ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ ଜୋ-ବାଇଡେନ  ।