ତୀବତ ପ୍ରସଙ୍ଗରେ ଚୀନକୁ ଆଉ ଏକ ଶକ୍ତ ଝଟକା ଦେଲେ ଟ୍ରମ୍ପ : ଆମେରିକା କଂଗ୍ରେସରେ ପାରିତ ହେଲା ଆମେରିକାର ତିବତ ଆଇନ୍

ଆଗାମୀ ଦଲାଇଲାମା ଚୟନରେ ବେଜିଂର ଭୂମିକାକୁ ଅଗ୍ରାହ୍ୟ କଲା ଆମେରିକା; ତିବତୀୟ କହିଲେ ଆଶା ଓ ନ୍ୟାୟର ଶକ୍ତିଶାଳୀ ବାର୍ତା

209

କନକ ବ୍ୟୁରୋ : ରାଷ୍ଟ୍ରପତି ଭାବେ କାର୍ଯ୍ୟକାଳ ସରିବା ଆଗରୁ ଚୀନକୁ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଆଉ ଏକ ଶକ୍ତ ଚାପୁଡା । ଏହି ଚାପୁଡା ଆସିଛି ତୀବତକୁ ନେଇ । ଯାହାକୁ ଆଗାମୀ ରାଷ୍ଟ୍ରପତି ଜୋ ବାଇଡେନ୍ ମଧ୍ୟ ବଦଳାଇବା ସଂହଜ ହେବନି । ଟ୍ରମ୍ପ ଚୀନର ଚେତାବନୀକୁ ଖଣ୍ଡନ କରି , ପରବର୍ତି ଦଲାଇଲାମା ନେଇ ଆଇନରେ ଦସ୍ତଖତ କରିଛନ୍ତି । ଯାହା ପରବର୍ତି ଦଲାଇଲାମା ବାଛିବାରେ ତୀବତୀୟଙ୍କ ଅଧିକାରକୁ ନିଶ୍ଚିତ କରିଛି ।

ଏହି ଆଇନ ଆମେରିକାରେ ଦସ୍ତଖତ ହେବା ପରେ ନିର୍ବାସିତ ଜୀବନ ବିତାଉଥିବା ତୀବତୀୟ ମାନେ ଏହାକୁ ଆଶା ଓ ନ୍ୟାୟର ଶକ୍ତିଶାଳୀ ବାର୍ତା ବୋଲି କହିଛନ୍ତି । ତିବତ ଗତ ସପ୍ତାହରେ ଆମେରିକା କଂଗ୍ରେସ ତିବତ ନୀତି ଏବଂ ସମର୍ଥନ ଆଇନ ପ୍ରଣୟନ କରିବା ପରେ ଏହାକୁ ବିରୋଧ କରିଥିଲା ଚୀନ୍ ବୈଦେଶିକ ମନ୍ତ୍ରାଳୟ । ଚୀନ୍ କହିଥିଲା , ଆମେ ଯୁକ୍ତରାଷ୍ଟ୍ର ଆମେରିକାକୁ ଅନୁରୋଧ କରୁଛୁ, ଚୀନର ଅଭ୍ୟନ୍ତରୀଣ ବ୍ୟାପାରରେ ହସ୍ତ କ୍ଷେପ କରିବାର ପ୍ରୟାସ ବନ୍ଦ କରୁ । ଏହାକୁ ଅଣଦେଖା କରି ଟ୍ରମ୍ପ ନୂଆ ତିବତ ପ୍ରସ୍ତାବରେ ଦସ୍ତଖତ କରି ବିଲ୍ କୁ ଆଇନରେ ପରିଣତ କରିଦେଇଛନ୍ତି । ଆଗାମୀ ଦଲାଇଲାମା ବାଛିବାକୁ ବେଜିଂର ଅନୁମତି ଆବଶ୍ୟକ ବୋଲି ଚୀନ୍ ର ଦାବିକୁ ଏହା ସହିତ ତିବତ୍ ମଧ୍ୟ ପ୍ରତ୍ୟାଖାନ କରିଛି ।

ଆମେରିକାର ଆଇନ ଅନ୍ୟ ଦେଶମାନଙ୍କ ସହ ସମନ୍ୱୟ ରକ୍ଷା କରି ତିବତ୍ ଚୀନ୍ ଉପରେ ଚାପ ପକାଇବାକୁ ଉଦ୍ୟମ କରିବ ନିଶ୍ଚୟ । ୧୯୫୯ରୁ ଦଲାଇଲାମା ଭାରତରେ ନିର୍ବାସିତ ଜୀବନ କାଟୁଛନ୍ତି । ଭାରତରେ ପ୍ରାୟ ୮୦ ହଜାରରୁ ଅଧିକ ଏବଂ ଆମେରିକା ଓ ୟୁରୋପରେ ଦେଢ ଲକ୍ଷ ତୀବତୀୟ ନିର୍ବାସନ ଜୀବନ କାଟୁଛନ୍ତି । ଭାରତ ସହିତ ଲଦାଖରେ ସୀମା ବିବାଦ ଜାରି ରଖିଥିବା ଚୀନ୍ ପାଇଁ ବର୍ତମାନ ଆମେରିକାର ତୀବତକୁ ନେଇ ଏପରି ରାଜନୈତିକ ଗୋଟି ଚାଳନା ତଂଟିରେ କଂଟା ପରି ହେବ ।