ପୁଣି ମଧ୍ୟସ୍ଥତା ପ୍ରସଙ୍ଗ ଉଠାଇଲା ଆମେରିକା । କାଶ୍ମୀର ପ୍ରସଙ୍ଗରେ ଭାରତ-ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବାକୁ ଅଗ୍ରହ ଦେଖାଇଲେ ଟ୍ରମ୍ପ

ଡାଭୋସ ବିଶ୍ୱ ଆର୍ଥିକ ମଂଚ ସମ୍ମିଳନୀରେ ଇମ୍ରାନଙ୍କ ଆଗରେ ରଖିଲେ ପକ୍ଷ

186

କନକ ବ୍ୟୁରୋ: କାଶ୍ମୀର ପ୍ରସଙ୍ଗରେ ପୁଣି ମଧ୍ୟସ୍ଥତା କରିବାକୁ ଇଚ୍ଛା ପ୍ରକାଶ କଲା ଆମେରିକା । ଡାଭୋସରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପସ୍ଥିତିରେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ସେ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ଆଗ୍ରହୀ । କାଶ୍ମୀର ପ୍ରସଙ୍ଗରେ ଉଭୟ ଭାରତ ଓ ପାକିସ୍ତାନକୁ ଆମେରିିକା ହିଁ ଉପଯୁକ୍ତ ସହାୟତା ଦେଇପାରିିବ ଏବଂ ଏଥିପାଇଁ ଆମେରିକା ସବୁବେଳେ ପ୍ରସ୍ତୁତ  ରହିଛି ବୋଲି ଟ୍ରମ୍ପ କହିଛନ୍ତି । କାଶ୍ମୀର ପ୍ରସଙ୍ଗ ଉପରେ ଆମେରିକା ଅହରହ ନଜର ରଖିଛି ଏବଂ ଭାରତ-ପାକିସ୍ତାନ ମଧ୍ୟରେ ଉତେଜନା ହ୍ରାସ ପାଇଁ କରାଯାଉଛି ବୋଲି ଟ୍ରମ୍ପ ମତ ରଖିଛନ୍ତି ।

source : google

ଡାଭୋସରେ ବିଶ୍ୱ ଆର୍ଥିକ ମଂଚର ବାର୍ଷିକ ସମ୍ମିଳନୀରେ ଇମ୍ରାନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ପରେ ଟ୍ରମ୍ପ ରଖିଛନ୍ତି ଏଭଳି ମତ । କାଶ୍ମୀର ମାମଲାରେ ମଧ୍ୟସ୍ଥତା ପାଇ ଁ ପୂର୍ବପୁ ମଧ୍ୟ ଟ୍ରମ୍ପ ଅନେକ ଥର ପ୍ରସ୍ତାବ ଦେଇଥିଲେ । କିନ୍ତୁ ଭାରତ ଏହାକୁ ପ୍ରତ୍ୟାଖ୍ୟାନ କରିଛି । କାଶ୍ମିର ପ୍ରସଙ୍ଗରେ ଭାରତ କୌଣସି ତୃତୀୟ ପକ୍ଷର ମଧ୍ୟସ୍ଥତାକୁ ଗ୍ରହଣ କରିବ ନାହିଁ ବୋଲି ଭାରତ ସ୍ପଷ୍ଟ କରିସାରିଛି । ଆସନ୍ତା ମାସରେ କିମ୍ବା ମାର୍ଚ୍ଚ ପ୍ରଥମ ସପ୍ତାହରେ ଟ୍ରମ୍ପ ଭାରତ ଗସ୍ତରେ ଆସିବା ସମ୍ଭାବନା ରହିଛି ।