ଭୋଟ୍ ଗଣତି ଭିତରେ ରାଷ୍ଟ୍ରପତି ଟ୍ରମ୍ପ ଆଣିଲେ ବଡ ଅଭିଯୋଗ: କହିଲେ, ଫଳାଫଳକୁ ଚୋରି କରିବାକୁ ଉଦ୍ୟମ କରୁଛନ୍ତି ବିରୋଧୀ

ଭୋଟିଂ ବନ୍ଦ ହେବା ପରେ ବି ଜାରି ରହିଛି ମତଦାନ

354

କନକ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ଏବେ ଟ୍ରମ୍ପ ଆଣିଛନ୍ତି ବଡ ଅଭିଯୋଗ । ଟ୍ରମ୍ପ କହିଛନ୍ତି ସେମାନେ ଏବେ ଆଗରେ ଅଛନ୍ତି । ତେବେ ଭୋଟିଂ ବନ୍ଦ ହେବା ପରେ ବି ଜାରି ରହିଛି ମତଦାନ । ଯାହାକି ନିୟମ ଉଲଂଘନ । ଏପରି କରିବା ଦ୍ୱାରା ଫଳାଫଳକୁ ଚୋରି କରିବାକୁ ବିରୋଧୀ ଉଦ୍ୟମ କରୁଥିବା ସେ ଅଭିଯୋଗ ଆଣିଛନ୍ତି । ତେବେ ଭୋଟ୍ ଚୋରି ହେବାକୁ ଦିଆଯିବ ନାହିଁ ବୋଲି ଟ୍ରମ୍ପ ଟୁଇଟ୍ କରି କହିଛନ୍ତି ।

ସେପଟେ, ଦୁନିଆର ନଜର ଆମେରିକା ଉପରେ ରହିଥିବାବେଳେ ଆମେରିକାର ନାଗରିକ କିନ୍ତୁ ଆଶା ଓ ଆଶଙ୍କାରେ ରହିଛନ୍ତି । ଫଳାଫଳ ନେଇ ଏକପ୍ରକାର ଟେନସନରେ ଅଛନ୍ତି ଆମେରିକାବାସୀ । ୱାଂଶିଟନରୁ ଆରମ୍ଭ କରି ଚିକାଗୋ ଯାଏଁ ସବୁ ସୋ ରୁମ, ମନ୍ତ୍ରଣାଳୟ ଓ ବିଭାଗକୁ ଫ୍ଲାଏଉଡରେ ଘୋଡାଇଦିଆଯାଉଛି । ଆମେରିକା ଚିକାଗୋ ହେଉଛି ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ । କିନ୍ତୁ ଏଠାରେ ଥିବା ସୋ ରୁମ ଆଗରେ ପୁଲିସ ପଇଁତରା ମାରୁଛି । ଆଉ ଏସବୁର କାରଣ ହେଉଛି ହିଂସା ଆଶଙ୍କା । ଆଶଙ୍କା କରାଯାଉଛି ଯଦି ଡୋନାଲ୍ଡ ଟ୍ରମ୍ପ ଜିତିଲେ କୃଷ୍ଣକାୟ ହଙ୍ଗାମା କରିପାରନ୍ତି । ଆଉ ଯଦି ଟ୍ରମ୍ପ ହାରନ୍ତି ତାହାହେଲେ ରିପବ୍ଲିକାନ ସମର୍ଥକ ହିଂସା ସୃଷ୍ଟି କରିବାକୁ ଉଦ୍ୟମ କରିପାରନ୍ତି ।

ଅର୍ଥାତ ସିଧାସଳଖ କହିବାକୁ ଗଲେ, ଫଳାଫଳ ଯାହା ହେଲେ ବି ହିଂସା ହେବା ସମ୍ଭାବନା ରହିଛି । ହିଂସାର ଆଶଙ୍କା ୱାଂଶିଟନରେ ବି ଅଛି । କାରଣ, ଚଳିତ ବର୍ଷ ପ୍ରଥମାର୍ଧାରେ ଜଣେ କୃଷ୍ଣକାୟଙ୍କ ହତ୍ୟା ପରେ ପ୍ରବଳ ହିଂସା ହୋଇଥିଲା । ହ୍ୱାଇଟ ହାଉସ ନିକଟରେ ବିକ୍ଷୋଭକାରୀ ଜୋରଦାର ପ୍ରଦର୍ଶନ କରିଥିଲେ । ଏହାଛଡା ବିଭିନ୍ନ ମିଡିଆ ରିପୋର୍ଟସ ଅନୁସାରେ, ନିର୍ବାଚନ ପୂର୍ବରୁ ଆମେରିକାରେ ରେକର୍ଡ ବନ୍ଧୁକ ବିକ୍ରୀ ହୋଇଛି । ପ୍ରାୟ ୫୦ ଲକ୍ଷ ଲୋକ ବନ୍ଧୁକ କିଣିଛନ୍ତି ।