ନେହରୁ, ପଟେଲ ଇଂରେଜ ହାତରେ ଦେଇଥିଲେ ଭାରତ ଶାସନ! ଫ୍ରେଞ୍ଚ ଲେଖକ ଡୋମିନିକ କାହିଁକି ଲେଖିଲେ ଏମିତି?

186

କନକ ବ୍ୟୁରୋ: ଭାରତର ସ୍ୱାଧୀନତା ଏବଂ ବିଭାଜନ ଉପରେ ‘ଫ୍ରିଡମ ଆର୍ଟ ମିଡନାଇଟ’ ପୁସ୍ତକ ଲେଖିଥିବା ପ୍ରଖ୍ୟାତ ଲେଖକ ଡୋମିନିକ ଲୈପିୟରଙ୍କ ପରଲୋକ ହୋଇଛି । ୯୧ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ସେ ଅନେକ ଐତିହାସିକ ଘଟଣା ଉପରେ ପୁସ୍ତକ ଲେଖି ସାରା ବିଶ୍ୱରେ ଚର୍ଚ୍ଚିତ ହୋଇଥିଲେ । ହେନେରୀ କୋଲିଂଗ୍ସ ସହ ମିଶି ସେ ‘ଫ୍ରିଡମ ଆଟ୍ ମିଡନାଇଟ’ ଲେଖିଥିବା ଡୋମିନିକ ଭାରତର ସ୍ୱାଧୀନତା ଏବଂ ବିଭାଜନର ବିଭୀଷିକାର କଷ୍ଟ ବୟାନ କରିଥିଲେ । କେବଳ ଏତିକି ନୁହେଁ ସେ କୋଲକାତାରେ ରିକ୍ସା ଚାଳକର ଜୀବନ ଉପରେ ପୁସ୍ତକ ‘ସିଟି ଅଫ୍ ଜୟ’ ଲେଖିଥିଲେ । ଏହାକୁ ଲୋକେ ବେସ ପସନ୍ଦ କରିଥିଲେ ।

ଡୋମିନିକଙ୍କ ଜନ୍ମ ୧୯୩୧ ଜୁଲାଇ ୩୦ରେ ଫ୍ରାନ୍ସର ଚୈଟେଲିଲନ ସହରରେ ହୋଇଥିଲା । ତାଙ୍କ ମୃତ୍ୟୁ ପରେ ତାଙ୍କପତ୍ନୀ ସ୍ଥାନୀୟ ଖବର କାଗଜକୁ ପ୍ରତିକ୍ରିୟାରେ କହଛନ୍ତି, ଡୋମିନିକଙ୍କ ଭାରତ ପ୍ରତି ବିଶେଷ ଶ୍ରଦ୍ଧା ଥିଲା । ତାଙ୍କ ପୁସ୍ତକ କୋଟି କୋଟି ସଂଖ୍ୟାରେ ବିକ୍ରି ମଧ୍ୟ ହୋଇଥିଲା । ଡୋମିନିକ କୋଲିଂଗ୍ସଙ୍କ ସହ ମିଶି ୬ଟି ପୁସ୍ତକ ଲେଖିଥିଲେ । ଏଥିରେ ‘ଫ୍ରିଡମ ଆଟ୍ ମିଡନାଇଟ’ ସାମିଲ ରହିଥିଲା । ଏହା ଛଡା ସେ ଚର୍ଚ୍ଚିତ ପୁସ୍ତକ ‘ଇଜ୍ ପ୍ୟାରିସ ବର୍ଣ୍ଣିଂ?’ ପୁସ୍ତକ ଲେଖିଥିଲେ । ଉଭୟ ଲେଖକ ଲେଖିଥିବା ୬ଟି ପୁସ୍ତକର ବିକ୍ରିରେ ରେକର୍ଡ ସୃଷ୍ଟି ହୋଇଥିଲା । ୬ଟି ପୁସ୍ତକ ପାଖାପାଖି ୫ କୋଟିରୁ ଅଧିକ କପି ବିକ୍ରି ହୋଇଥିଲା ।

ଡୋମିନିକଙ୍କ ଏହି ପୁସ୍ତକର ପ୍ରଥମ ସଂସ୍କରଣ ୧୯୭୫ରେ ପ୍ରକାଶିତ ହୋଇଥିଲା । ଏହି ପୁସ୍ତକର ହିନ୍ଦୀ ସଂସ୍କରଣ ମଧ୍ୟ ଆସିଥିଲା ଯାହାର ନାମ ‘ଆଜାଦୀ ଆଧୀ ରାତ୍’ । ଏହାକୁ ଅନୁବାଦ କରିଥିଲେ ତେଜପାଲ ସିଂହ ଧାମା । ଭାରତର ସ୍ୱାଧୀନତା ଉପରେ ଆଧାରିକ ଏହି ପୁସ୍ତକରେ ତତକାଳୀନ ଗଭର୍ଣ୍ଣର ଜେନେରାଲ ଲୁଇସ ମାଉଣ୍ଟ ବ୍ୟାଟେନଙ୍କୁ ନାୟକ ଭାବେ ଅଭିହିତ କରାଯାଇଥିଲା । ପୁରା କାହାଣୀରେ ତାଙ୍କ ଚାରିପଟେ ହିଁ କେନ୍ଦ୍ରୀଭୂତ ହେଉଥିଲା । ଏହି ପୁସ୍ତକର କହିଥିଲା ଯେ ଅନ୍ତିମ ଭାଇସରାୟଙ୍କ ପୂରା ଧ୍ୟାନ ଭାରତ ଏବଂ ପାକିସ୍ତାନର ବିଭାଜନ ଉପରେ ଥିଲା । ଯଦି ସେ ଜାଣିଥାନ୍ତେ ଯେ ମହମ୍ମଦ ଅଲ୍ଲୀ ଜିହ୍ନା ମାତ୍ର କିଛି ଦିନ ଜୀବିତ ରହିନ୍ତି ବୋଲି ତେବେ ମାଉଣ୍ଟ ବ୍ୟାଟେନ ବିଭାଜନ ପରିବର୍ତ୍ତେ ଜିହ୍ନାଙ୍କ ମୃତ୍ୟୁର ଅପେକ୍ଷା କରିଥାନ୍ତେ । ଜିହ୍ନା କେତେ ଦିନ ବଞ୍ଚିବେ ଏହା କେବଳ ତାଙ୍କ ଡାକ୍ତର ଜାଣିଥିଲେ । ସେ ଡାକ୍ତର ମଧ୍ୟ ଏହା କାହକୁ ନ ଜଣାଇ ରୋଗୀଙ୍କ ସହ ବେଇମାନୀ କରିନଥିଲେ । ତେବେ ପୁସ୍ତକରେ ଏହି ବାବଦରେ ଉଲ୍ଲେଖ ନାହିଁ ଯେ ଜିହ୍ନା ଡାକ୍ତରଙ୍କୁ ନିଜ ରୋଗର ଗମ୍ଭୀରତା ଲୁଚାଇଥିଲେ ନା ନାହିଁ ।

ପୁସ୍ତକର ଶେଷ ଆଡକୁ ଲେଖାଯାଇଥିଲା ଯେ କେମିତି ସମ୍ପ୍ରଦାୟ ବଦଳିବାର ଭାବନା ରୋକିବା ପାଇଁ ମହାତ୍ମା ଗାନ୍ଧୀ  ଉପଦେଶ ଦେଇଥିଲେ । ପୁସ୍ତକର ପ୍ରାକକଥନରେ ଲେଖାଯାଇଥିଲା ଯେ ବିତିଯାଇଥିବା ଅନେକ ଦଶନ୍ଧିରେ କିଛି ଏହିଭଳି ମୁହୂର୍ତ୍ତଥାଏ ଯାହାର ବ୍ୟାଖ୍ୟା କରାଯାଇଥାଏ । ଭାରତ ଏବଂ ପାକିସ୍ତାନର ଇତିହାସରେ ମଧ୍ୟ ଏଭଳି ଅନେକ ମୁହୂର୍ତ୍ତ ରହିଛି ।

ସ୍ୱାଧୀନତାର ପାଖାପାଖି ତିନି ସପ୍ତାହ ପରେ ପଣ୍ଡିତ ଜବାହାର ଲାଲ ନେହରୁ ଏବଂ ସର୍ଦ୍ଦାର ପଟେଲ କିଛି ସମୟ ପାଇଁ ହେଉ ପଛେ ଭାରତକୁ ଇଂରେଜ ହାତକୁ ଟେକିଦେଇଥିଲେ । ଆଉ ସେହି ଇଂରେଜ ହେଉଛନ୍ତି ମାଉଣ୍ଟବ୍ୟାଟେନ । ଆଶ୍ଚର୍ଯ୍ୟର କଥା ଏହା ଯେ ମାଉଣ୍ଟବ୍ୟାଟେନ  ଅନ୍ତିମ ଭାଇସରାୟ ରୂପେ ଭାରତ ଆସିବା ପାଇଁ ଚାହୁଁନଥିଲେ । ତାଙ୍କୁ ଏହା ଜଣାନଥିଲା ଯେ ତାଙ୍କୁ ଭାରତ ପଠାଇବା ପାଇଁ ପ୍ରସ୍ତାବ ତାଙ୍କର ସହଯୋଗୀ ସାର ଷ୍ଟାଫୋର୍ଡ କ୍ରିପ୍ସ ଦେଇଥିଲେ । ଏହା ପରେ ମେନନ କ୍ରିପ୍ସ ଏବଂ ନେହରୁଙ୍କ ସାମ୍ନାରେ ଏହି ପ୍ରସ୍ତାବ ଦେଇଥିଲେ ।

ପୁସ୍ତକରେ ନେହରୁ ଏବଂ ଏଡୱିନାଙ୍କ ସମ୍ପର୍କରେ ଲେଖାଯାଇଥିଲା । ପୁସ୍ତକରେ ଉଭୟଙ୍କ ସମ୍ପର୍କ କେତେ ଗଭୀର, ଆତ୍ମିୟତା ଭରା ଥିଲା ତାହା କହିବା ପରେ ପ୍ରେମ ସମ୍ପର୍କକୁ ମିଛ କହିଥିଲେ । ଲେଖକଙ୍କ ମାନିବା କଥା ଏହା ଯେ ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା । ନେହରୁଙ୍କ ଭଉଣୀ ବି. ଏଲ. ପଣ୍ଡିତ ଲେଖକଙ୍କୁ ଏହି କଥା କହିଥିଲେ ଯେ ନେହରୁ  ଏଡୱିନାଙ୍କ ମଧ୍ୟରେ ସମ୍ପର୍କ ନଥିଲା । ବିବାହ ପରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା କମିଯାଇଥିଲା ।