କେନ୍ଦ୍ରାପଡାର ବିଭିନ୍ନ ନଦୀରୁ ଖସୁଛି ବନ୍ୟାଜଳ, ବଢୁଛି ଦୁର୍ଦ୍ଦଶା: ପଲିଥିନିରେ ପଲା କରି ଏକାଠି ରହୁଛନ୍ତି ଗୃହପାଳିତ ପଶୁ ଓ ମଣିଷ

73

କନକ ବ୍ୟୁରୋ: ହୀରାକୁଦ ନଦୀ ବନ୍ଧରୁ ଛଡାଯାଇଥିବା ବନ୍ୟା ପାଣି ମହାନଦୀ ଅବବାହିକାରେ ବନ୍ୟା ସୃଷ୍ଟି କରିଛି । କେନ୍ଦ୍ରାପଡା ମାର୍ଶାଘାଈ ବ୍ଲକରେ ଲୁଣା ଏବଂ ଚିତ୍ରତ୍ପୋଳ ନଦୀରେ ବନ୍ୟା ପାଣି କମୁଥିଲେ ମଧ୍ୟ ଗାଁ ଗଣ୍ଡାରୁ ପାଣି ଛାଡିନି । ରାସ୍ତାଘାଟ ବିଲବାଡି ଏବଂ ଘରଦ୍ୱାର ସବୁ ପାଣିରେ ବୁଡି ରହିଛି । କୁଶୁନପୁର ଗାଁ ଲୁଣା ନଦୀର ବନ୍ୟା ଜଳରେ ପ୍ରଭାବିତ ହୋଇଛି । ଘରେ ପାଣି ପଶିଯାଇଥିବାରୁ ଲୋକମାନେ ପଲିଥିନ୍ ଟାଣି ଉଚ୍ଚସ୍ଥାନରେ ଆଶ୍ରୟ ନେଇଛନ୍ତି । ପଲାରେ ମଣିଷ, ଗୃହପାଳିତ ପଶୁ ମିଳିମିଳି ରହୁଛନ୍ତି । ସେଇଠି ରୋଷେଇବାସ ସାଙ୍ଗୁ ଶୋଇଇବା ଖାଇବା ସବୁ କିଛି କରିବାକୁ ପଡୁଛି ।