କନକ ବ୍ୟୁରୋ: ଘରୋଇ କଳିର କରୁଣ ପରିଣତି । ବୋହୂର ମାଡରେ ଶାଶୂର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ବାରିପଦା ଚାନ୍ଦୁଆ ଥାନା ପୋଡାଡିହା ଗାଁରେ ଘଟିଛି ଏହି ଘଟଣା । ପ୍ରାୟ ସମୟ ପରିବାରରେ କଳହ ଲାଗିରହୁଥିଲା । କିଛି ଦନି ପରେ ପୁଣିଥରେ ଶାଶୁ ବୋହୂଙ୍କ ମଧ୍ୟରେ ଝଗଡା ଲାଗିଥିବା ବେଳେ ଉତ୍ୟକ୍ତ ବୋହୂ ଶାଶୂଙ୍କୁ ମାଡ ମାରିଥିଲେ । ବୋହୂ ଜଣକ ମାଡ ମାରିଥିବା ବେଳେ ବୃଦ୍ଧା ଜଣକ ଗୁରୁତର ହୋଇପଡିଥିଲେ । ତାଙ୍କୁ ଚିକିତ୍ସା ପାଇଁ ବାରିପଦା ମେଡିକାଲରେ ଭର୍ତି କରାଯାଇଥିଲା । ଅବସ୍ଥାରେ ସୁଧାର ନଆସିବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଅଧାରାସ୍ତାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଘଟଣା ନେଇ ବୋହୂଙ୍କ ନାଁରେ ଏତଲା ଦିଆଯାଇଛି ।