କନକ ବ୍ୟୁରୋ : ରାଜଧାନୀରେ ନବବଧୂ ସୁଶ୍ରୀ ସଙ୍ଗୀତା ମୃତ୍ୟୁ ଘଟଣାରେ ସୁଶ୍ରୀଙ୍କ ଶାଶୂଙ୍କୁ ଗିରଫ କରିଛି ତମାଣ୍ଡୋ ଥାନା ପୋଲିସ । ସ୍ୱାମୀ ପ୍ରବିଣ ନାୟକ ଓ ଶ୍ୱଶୁର ଫେରାର ଥିବା ବେଳେ ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ କରୁଛି ପୋଲିସ । ସୁଶ୍ରୀଙ୍କୁ ତାଙ୍କ ଶାଶୂ ଅଧିକ ଯୌତୁକ ନିର୍ଯାତନା ଦେଉଥିବା ନେଇ ପ୍ରମାଣ ମିଳିଛି । ସୁଶ୍ରୀଙ୍କ ମୋବାଇଲ ଓ ସିଡିଆର ପୋଲିସ ଯାଞ୍ଚ କରୁଛି ।
ଦୀପାବଳି ରାତିରେ କଳିଙ୍ଗ ବିହାର କେ-ନାଇନ୍ ସ୍ଥିତ ଘରେ ବେକରେ ରଶି ଲଗାଇ ମୃତ୍ୟୁ କରଣ କରିଥିଲେ ସୁଶ୍ରୀ । ପରବର୍ତ୍ତୀ ସମୟରେ ସୁଶ୍ରୀଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଥିଲେ । ତମାଣ୍ଡୋ ଥାନାରେ ଏ ସମ୍ପର୍କରେ ଏତଲା ଦେଇଥିଲେ । ସେପଟେ ମୃତ ମହିଳାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଏଯାଏଁ ହସ୍ତଗତ ହୋଇନଥିବା ବେଳେ ତଦନ୍ତ ଜୋରଦାର କରିଛି ପୋଲିସ । ଖଣ୍ଡଗିରି ସ୍ଥିତ ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାମ କରୁଥିଲେ ସୁଶ୍ରୀ । ୨୦୨୦ ମସିହାରେ ସୁଶ୍ରୀ ପ୍ରବିଣଙ୍କୁ ବିବାହ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/13-13.jpg)