କନକ ବ୍ୟୁରୋ : ପୁଣି ବଢିଲା ଗ୍ୟାସ ଦର । ସାରା ଦେଶରେ ୧୪.୨ କେଜି ଏଲପିଜି ଘରୋଇ ଗ୍ୟାସ ସିଲିଣ୍ଡର ଦର ୨୫ ଟଙ୍କା ବୃଦ୍ଧି ପାଇଛି । ଦୁଇ ମାସ ମଧ୍ୟରେ ତିନି ଥର ବଢିଲା ଦର । ପୂର୍ବରୁ ଅଗଷ୍ଟ ୧୮ ତାରିଖରେ ଘରୋଇ ଗ୍ୟାସ୍ ସିଲିଣ୍ଡର ଦର ୨୫ ବୃଦ୍ଧି ପାଇଥିଲା । ଦେଖିବାକୁ ଗଲେ ୧୫ ଦିନ ମଧ୍ୟରେ ୫୦ ଟଙ୍କା ବୃଦ୍ଧି ପାଇଛି ଘରୋଇ ଗ୍ୟାସ୍ ସିଲିଣ୍ଡର ଦର । ଏହା ପୂର୍ବରୁ ଜୁଲାଇ ମାସରେ ଗ୍ୟାସ ସିଲିଣ୍ଡର ଦର ୨୫ ଟଙ୍କା ବୃଦ୍ଧି ପାଇଥିଲା । ବର୍ଦ୍ଧିିତ ଦର ଅନୁସାରେ ଦିଲ୍ଲୀରେ ଏବେ ଗ୍ୟାସ ସିଲିଣ୍ଡର ପିଛା ୮୮୪ ଟଙ୍କା ହୋଇବେଳେ କୋଲକାତାରେ ସିଲିଣ୍ଡର ପିଛା ଗ୍ୟାସ୍ ଦର ୯୧୧ ହୋଇଛି ।

Advertisment

ସେହିପରି ମୁମ୍ବାଇରେ ଗ୍ୟାସ୍ ସିଲିଣ୍ଡର ପିଛା ୮୮୪ ଟଙ୍କା ୫୦ ପଇସା ରହିଥିବା ବେଳେ ଚେନ୍ନାଇରେ ୯୦୦ ଟଙ୍କା ୫୦ ପଇସା ରହିଛି । ତେବେ ବିଗତ ୭ ବର୍ଷ ମଧ୍ୟରେ ଘରୋଇ ଗ୍ୟାସ ସିଲିଣ୍ଡର ଦର ଦୁଇ ଗୁଣାରୁ ଅଧିକ ବୃଦ୍ଧି ପାଇଛି । ୨୦୧୪ ମାର୍ଚ୍ଚ ୧ ତାରିଖରେ ଘରୋଇ ଗ୍ୟାସ ସିଲିଣ୍ଡର ପିଛା ୪୧୦ ଟଙ୍କାରେ ମିଳୁଥିଲା ଯାହା ଏବେ ୯୦୦ ଟଙ୍କାରୁ ଅଧିକ ରହିଛି । ଏହା ମଧ୍ୟରେ ବ୍ୟବସାୟୀକ ଦର ମଧ୍ୟ ୭୫ ଟଙ୍କା ବୃଦ୍ଧି ପାଇଛି । ୧୯ କେଜିର ବ୍ୟବସାୟୀକ ଗ୍ୟାସ ସିଲିଣ୍ଡର ଦର ଏବେ ଦିଲ୍ଲୀରେ ୧୬୯୩ ଟଙ୍କା ରହିଥିବା ବେଳେ କୋଲକତାରେ ୧୭୭୦ ଟଙ୍କା ୫୦ ପଇସା ରହିଛି ।

-୧୫ ଦିନରେ ବଢିଲା ଦୁଇ ଥର ବଢିଥିବା ଦୁଇ ମାସ ମଧ୍ୟରେ ବଢିଛି ତିନି ଥର
- ଦିଲ୍ଲୀରେ ଘରୋଇ ଗ୍ୟାସ ସିଲିଣ୍ଡର ପିଛା ୮୮୪ ଟଙ୍କା ହୋଇବେଳେ କୋଲକାତାରେ ୯୧୧ ଟଙ୍କା ରହିଛି
-୧୫ ଦିନ ମଧ୍ୟରେ ୫୦ ଟଙ୍କା ବୃଦ୍ଧି ପାଇଛି ଘରୋଇ ଗ୍ୟାସ୍
- ଦୁଇ ମାସରେ ୭୫ ଟଙ୍କା ବୃଦ୍ଧି ପାଇଛି ଘରୋଇ ଗ୍ୟାସ୍
- ୭ ବର୍ଷ ମଧ୍ୟରେ ଘରୋଇ ଗ୍ୟାସ ସିଲିଣ୍ଡର ଦର ଦୁଇ ଗୁଣାରୁ ଅଧିକ ବୃଦ୍ଧି
-୨୦୧୪ ମାର୍ଚ୍ଚ ୧ ତାରିଖରେ ଘରୋଇ ଗ୍ୟାସ ସିଲିଣ୍ଡର ପିଛା ୪୧୦ ଟଙ୍କାରେ ମିଳୁଥିଲା
- ଏହା ମଧ୍ୟରେ ବ୍ୟବସାୟୀକ ଦର ମଧ୍ୟ ୭୫ ଟଙ୍କା ବୃଦ୍ଧି ପାଇଛି
- ୧୯ କେଜିର ବ୍ୟବସାୟୀକ ଗ୍ୟାସ ସିଲିଣ୍ଡର ଦର ଏବେ ଦିଲ୍ଲୀରେ ୧୬୯୩ ଟଙ୍କା ରହିଥିବା ବେଳେ କୋଲକତାରେ ୧୭୭୦ ଟଙ୍କା ୫୦ ପଇସା ରହିଛି