ଏଣିକି ଟାକ୍ସ ଦେବେ ଗୃହପାଳିତ ପଶୁ: ମିଳିବ ପରିଚୟ ପତ୍ର

ଏଣିକି ଟାକ୍ସ ଦେବେ ଗୃହପାଳିତ ପଶୁ: ମିଳିବ ପରିଚୟ ପତ୍ର

source : google

ପଞ୍ଜାବ ସରକାରଙ୍କ ଅଜବ ଆଇନ । ଗୃହପାଳିତ ପଶୁ ରଖିଲେ ବି ଦେବାକୁ ପଡିବ ଟାକ୍ସ । ପଞ୍ଜାବର ସ୍ଥାନୀୟ ପ୍ରଶାସନରେ ଏହି ଘୋଷଣା ସମ୍ଭନ୍ଧୀୟ ନୋଟିଫିକେସନ୍ ଜାରି କରାଯାଇଛି।କ୍ରିକେଟରରୁ ରାଜନେତା ବନିଥିବା ନବଜୋତ ସିଂହ ସିଦ୍ଧୁଙ୍କ ବିଭାଗ ପଞ୍ଜାବ ବାସିନ୍ଦାଙ୍କଠାରୁ କୁକୁର, ବିଲେଇ ସମତେ ଗୃହପାଳିତ ପଶୁ ରଖିବା ଉପରେ କର ନେବେ।

ନୋଟିଫିକେସନ୍ ଅନୁଯାୟୀ, କୁକୁର, ବିଲେଇ, ଘୁଷୁରି, ଛେଳି, ବାଛୁରୀ, ମେଣ୍ଢା, ହରିଣ ଆଦି ପାଳୁଥିବା ଲୋକମାନେ ପ୍ରତି ବର୍ଷଆଧାରରେ ୨୫୦ଟଙ୍କା ଲେଖାଏଁ ପୈଠ କରିବାକୁ ପଡ଼ିବ। ସେହିପରି ମଇଁଷି, ଷଣ୍ଢ,ଓଟ, ଘୋଡା, ଗାଇ,ହାତୀ ଓ ନୀଳ ଗାଇ ଆଦି ପାଳୁଥିବା ଲୋକମାନେ ପ୍ରତିବର୍ଷ ୫୦୦ଟଙ୍କା ଲେଖାଏଁ ଦେବେ।ପଞ୍ଜାବ ସରକାର କହିଛନ୍ତି, ପ୍ରତ୍ୟେକଙ୍କ ଗୃହପାଳିତ ପଶୁମାନଙ୍କ ବ୍ରାଣ୍ଡିଙ୍ଗ କୋଡ ହେବ। ଏଥିପାଇଁ ପରିଚୟ ପତ୍ର କିମ୍ବା ମାଇକ୍ରୋ ଚିପ ମଧ୍ୟ ପ୍ରଦାନ କରାଯିବ।

publive-imageସୂଚନାଯୋଗ୍ୟ, ପଞ୍ଜାବ ସରକାର ପୂର୍ବରୁ ଅନେକ ବସ୍ତୁ ଉପରେ କର ଲଗାଇଥିଲେ, କିନ୍ତୁ ଏବେ ଘରେ ରଖାଯାଉଥିବା ଗୃହପାଳିତ ପଶୁଙ୍କ ଉପରେ ବି କର ଲାଗୁ ହେବ। ଏହି ଯୋଜନା ଜରିଆରେ ଗୃହପାଳିତ ପଶୁଙ୍କ ଲାଇସେନ୍ସ ପ୍ରସ୍ତୁତ ହେବ ଓ ଏହି ଲାଇସେନ୍ସ ପ୍ରତିବର୍ଷ ରିନ୍ୟୁ ମଧ୍ୟ କରିବାକୁ ପଡ଼ିବ। ଗୃହପାଳି ପଶୁଙ୍କ ଲାଇସେନ୍ସ ରିନ୍ୟୁ ନକଲେ ଜରିମାନା ମଧ୍ୟ ଭୋଗିବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe