ଏବେ ଅଧିକାଂଶ ଦେଶ ମଧ୍ୟରେ ଛାୟାଯୁଦ୍ଧ ଲାଗି ରହିଛି । ଆଉ ଏଭଳି ସମୟରେ ଶତ୍ରୁପକ୍ଷର ରଣନୀତି ଜାଣିବା ପାଇଁ ଅଧିକାଂଶ ଦେଶ ଗୁଇନ୍ଦାଗିରି କରୁଛନ୍ତି । ତେବେ କେବଳ ଯେ ମଣିଷ ଗୁଇନ୍ଦାଗିରି କରନ୍ତି ତାହା ନୁହେଁ ବରଂ ଶତ୍ରୁପକ୍ଷର ଟିକନିକି ଖବର ଜାଣିବା ପାଇଁ ପଶୁ ଓ ପକ୍ଷୀ ମାନଙ୍କୁ ମଧ୍ୟ ଗୁଇନ୍ଦାଗିରି କାର୍ଯ୍ୟରେ ନିୟୋଜିତ କରାଯାଇଥାଏ । ପୂର୍ବରୁ ଅନେକ ଉଦାହରଣ ଦେଖିବାକୁ ମିଳିଛି । ଗୁଇନ୍ଦାଗିରି କରୁଥିବା ସମୟରେ ଅଧିକାଂଶ ବ୍ୟକ୍ତି ଦେଶ ସହିତ ବେଇମାନି କରିଥିବାର ନଜିର ରହିଛି । କିନ୍ତୁ ୟୁକ୍ରେନର ଏକ ଡଲଫିନ ଗୁଇନ୍ଦାଗିରି କରୁୁଥିବା ସମୟରେ ଶତ୍ର୍ରୁପକ୍ଷର ହାତରେ ଧରାପଡ଼ିବା ପରେ ପ୍ରାଣତ୍ୟାଗ କରିବା ଅପାଣଙ୍କୁ ଆଶ୍ଚର୍ଯ୍ୟ କରିବ ।
Kanak News is now on WhatsApp
Join and get latest news updates delivered to you via WhatsApp
ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୟୁକ୍ରେନ ସେନା ଏହି ଡ଼ଲଫିନକୁ ନୌସେନାର ମିଶନ ପାଇଁ ସ୍ପେଶାଲ ଟ୍ରେନିଂ ଦିଆଯାଇଥିଲା । ଏହି ଡଲଫିନକୁ ଏଭଳି ଭାବରେ ଟ୍ରେନିଂ ଦିଆଯାଇଥିଲା ଯାହା ଜାଣିଲେ ଆପଣ ଆଶ୍ଚଯ୍ୟ ହେବେ । ଏହି ଡ଼ଲଫିନଟି ଶତ୍ରୁପକ୍ଷର ଗୁଇନ୍ଦାଗିରି କରିବା ସହ ବମ ଖଞ୍ଜିବ. ଜାହାଜ ଓ ସବମେରିନକୁ ଧ୍ୱଂସ କରିବା ଓ ନୌସେନାକୁ ଛୁରୀ କିମ୍ବା ଗୁଳିରେ ଆହତ କରିବା ପାଇଁ ଟ୍ରେନିଂ ପାଇଥିଲା ।
ସୁତ୍ର ଅନୁଯାୟୀ, ୨୦୧୪ ମସିହାରେ କ୍ରିମିଆକୁ ଋଷ ଅଧିକାର କରିବା ପରେ ଡ଼ଲଫିନଟି ଋଷ ସେନା କବଳକୁ ଚାଲିଯାଇଥିଲା । ଆଉ ଏହାପରେ ସମସ୍ତ ଡ଼ଲଫିନ ମରିଯାଇଥିବା ସୂଚନା ଦେଇଥିଲା ୟୁକ୍ରେନର ଏକ ଗଣମାଧ୍ୟମ ସଂସ୍ଥା । ଉକ୍ତ ଗଣମାଧ୍ୟମ ସଂସ୍ଥା ଅନୁଯାୟୀ, ଏହି ଡ଼ଲଫିନ ଗୁଡ଼ିକ ଋଷ ଅଧିକାରୀଙ୍କ କଥା ନ ମାନୁନଥିଲେ, ଋଷ ସୈନିକଙ୍କୁ ଆକ୍ରମଣକାରୀ ଭାବି ସେମାନଙ୍କ ଦ୍ୱାରା ଦିଆଯାଉଥିବା ଖାଦ୍ୟ ଖାଉନଥିଲେ । ଅନେକ ଦିନ ଧରି ଭୋକିଲା ରହିବା ପରେ ଏହି ଡ଼ଲଫିନ ଗୁଡ଼ିକର ମୃତ୍ୟୁ ହୋଇଥିଲା ।
ଏହି ଡ଼ଲଫିନ ଗୁଡ଼ିକୁ ଆୟତ୍ତ କରିବା ପାଇଁ ଟ୍ରେନିଂ ଦେଉଥିବା ଅଧିକାରୀ ଏକ ସ୍ପେଶାଲ ସିଟି ମାରୁଥିଲେ । ଯାହାଦ୍ୱାରା ଡ଼ଲଫିନ ଗୁଡ଼ିକ ଟ୍ରେନରଙ୍କ କଥା ମାନୁଥିଲେ ।ଋଷ ସେନା ଏହି କୌଶଳ ହାସଲ କରି୍ଥିଲେ ମଧ୍ୟ ଡ଼ଲଫିନ ଗୁଡ଼ିକ ଋଷ ସେନା ଅଧିକାରୀଙ୍କ କମାଣ୍ଡ ମାନି ନଥିଲେ । ଡ଼ଲଫିନ ଗୁଡ଼ିକ ମଧ୍ୟ କୁକୁରଙ୍କ ପରି ବ୍ୟବହାର କରିଥାନ୍ତି । କୁକୁର ନିଜ ଟ୍ରେନର କିମ୍ବା ପାର୍ଟନରଙ୍କ ମୃତ୍ୟୁରେ ଯେପରି ଡ଼ିପ୍ରେସନକୁ ଚାଲିଯାଇଥାଏ ଡ଼ଲଫିନ ଗୁଡ଼ିକ ମଧ୍ୟ ସମାନ ଆଚରଣ କରିଥାନ୍ତି । ଏପରିକି ଏଭଳି କ୍ଷେତ୍ରରେ ଅନେକ ସମୟରେ ଡ଼ଲଫିନ ଗୁଡ଼ିକର ମୃତ୍ୟୁ ମଧ୍ୟ ହୋଇଥାଏ ।