ନିର୍ଘଣ୍ଟ ହେଲା ଶ୍ରୀଜିଉଙ୍କ ଦୋଳନୀତି । ଭୋର ୩ଟାରେ ଦ୍ୱାର ଫିଟା, ସକାଳ ୮ରୁ ସୁନାବେଶ ଦର୍ଶନ କରିବେ ଭକ୍ତ

ଅଣସରରେ ଶ୍ରୀଜିଉ : ଦଇତାପତି ସେବାୟତଙ୍କ ତତ୍ୱାବଧାନରେ ଚାଲିଛି ଦଶମୂଳ ଉପଚାର ଓ ଗୁପ୍ତନୀତି; ଏପଟେ ରଥ ଖଳାରେ ନିର୍ମାଣ କାମ ଜୋରଦାର

କନକ ବ୍ୟୁରୋ : ଆସନ୍ତା ୯ ତାରିଖରେ ଦୋଳପୂର୍ଣ୍ଣିମା। ଦୋଳ ପୂର୍ଣ୍ଣିମାରେ ମହାପ୍ରଭୁ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଛି। ସକାଳ ୮ଟାରୁ ରାତି ୧୦ ପର୍ଯ୍ୟନ୍ତ ମହାପ୍ରଭୁ ସୁନାବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ। ଚୂଡ଼ାନ୍ତ ନୀତି ଅନୁଯାୟୀ, ରାତି ୩ଟାରେ ଦ୍ବାରଫିଟା ନୀତି ଅନୁଷ୍ଠିତ ହେବ। ପରେ ଅନ୍ୟାନ୍ୟ ନୀତି ଆରମ୍ଭ ହେବ। ସାଢ଼େ ୬ଟାରେ ସର୍ବାଙ୍ଗ ଓ ନୂଆଲୁଗା ଲାଗି ବେଶ ପରେ ଖଇକୋରା ଭୋଗ, ଭିତର ବେଢ଼ା ଶେଷ ହୋଇ ସକାଳ ୮ଟାରେ ନାଭିକଟା ମଣ୍ଡପକୁ ଦିଅଁ ବିଜେ କରିବେ। ସକାଳ ୮ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ରାଜାଧିରାଜ ବେଶ ତଥା ସୁନାବେଶ ନୀତି ଅନୁଷ୍ଠିତ ହେବ। ପରେ ମହାପ୍ରଭୁ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ।

publive-image୯ଟା ୪୫ରେ ନାଭିକଟା ମଣ୍ଡପ ନୀତି ଶେଷ ପରେ ପୂର୍ବାହ୍ଣ ୧୦ଟାରେ ବିମାନକୁ ଦିଅଁ ବିଜେ କରିବେ। ସାଢ଼େ ୧୦ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ବିମାନ ବେଢ଼ା ନୀତି ଅନୁଷ୍ଠିତ ହେବ। ପୂର୍ବାହ୍ଣ ୧୦ଟାରୁ ଭୋଗମଣ୍ଡପ ନୀତି ଆରମ୍ଭ ହୋଇ ସାଢ଼େ ଗୋଟାଏରେ ଶେଷ ହେବ। ରାତି ୯ଟାରେ ଦୋଳବେଦୀ ନୀତି ସାରି ଠାକୁର ବାହୁଡ଼ା ବିଜେ କରିବା ପରେ ରାତି ୧୦ଟାରେ ବେଢ଼ା ଶେଷ ହେବ। ପରେ ସରସ୍ବତୀ ମନ୍ଦିର ପାଖରେ ଭୋଗ ଓ ବନ୍ଦାପନା ନୀତି ଅନୁଷ୍ଠିତ ହେବ। ବିମାନ ସହ ଭିତରକାଠକୁ ଦିଅଁ ବିଜେ ପରେ ଲକ୍ଷ୍ମୀ, ସରସ୍ବତୀ ସିଂହାସନକୁ ଓ ଦୋଳଗୋବିନ୍ଦ ଦକ୍ଷିଣ ଘରକୁ ବିଜେ କରିବେ। ରାତି ୧୦ଟା ୩୫ରେ ରାଜାଧିରାଜ ବେଶ ମଇଲମ, ସାଢ଼େ ୧୧ଟାରେ ମହାସ୍ନାନ ନୀତି ଶେଷ ହେବ। ରାତି ପ୍ରାୟ ୩ଟା ୧୫ରେ ବଡ଼ସିଂହାର ବେଶ ଓ ସାଢ଼େ ୩ଟାରେ ବଡ଼ସିଂହାର ଭୋଗ ଲାଗି ନୀତି ପରେ ରାତି ୩ଟା ୪୫ରେ ରାତ୍ର ପହୁଡ଼ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe