ଡୋଲୋ-୬୫୦ ପାଇଁ ହଜାରେ କୋଟିର ଉପହାର: ଡାକ୍ତରଙ୍କୁ ଉପହାର ଦେଇଛି ଫାର୍ମା କମ୍ପାନୀ

212

କନକ ବ୍ୟୁରୋ: ଆପଣ ଯେଉଁ ଔଷଧ ଖାଉଛନ୍ତି ତା ଡାକ୍ତରଙ୍କ ରୋଗୀଙ୍କ ଆବଶ୍ୟକତା ପାଇଁ ମନରୁ ଲେଖୁଛନ୍ତି ନା ଉପହାର ପାଇଁ ତାହା ଏବେ ସନ୍ଦେହଘେରକୁ ଆସିଛି । ଆପଣଙ୍କ ମନେ ଥିବ କରୋନା ସମୟରେ ଟାବଲେଟ ଡୋଲୋ ୬୫୦କୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା ।ଜରରୁ ଉପଶମ ପାଇବା ପାଇଁ ଡାକ୍ତର ଏହି ଟାବଲେଟ ପ୍ରେସକ୍ରାଇ କରୁଥିଲେ ଓ ରୋଗୀମାନେ ବି ଏହାକୁ ଖାଇବା ଦ୍ୱାରା ଶିଘ୍ର ସୁସ୍ଥ ହେଉଥିଲେ । ତେବେ ଏହା ଭିତରେ ଏବେ ଚାଂଚଲ୍ୟକର ଖୁଲ୍ଲାସା ହୋଇଛି । ଔଷଧର ବିକ୍ରି ବୃଦ୍ଧି କରିବା ପାଇଁ ଏହାର ଜୋରଦାର ପ୍ରମୋସନ କରିଥିଲା ନିର୍ମାଣକାରୀ କମ୍ପାନୀ । ଏହା ପାଇଁ ଡାକ୍ତରମାନଙ୍କୁ ହଜାରେ କୋଟିର ଉପହାର ମଧ୍ୟ ଦେଇଥିଲା ।ଏହି କଥାକୁ ଦାବି କରିବା ସହ ଏବେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଫେଡେରେସନ ଅଫ ମେଡିକାଲ ରିସର୍ଚ୍ଚ ଆଣ୍ଡ ସେଲସ ରିପ୍ରେଜେନଟିଭ ଅଫ ଇଣ୍ଡିଆ । ପୂରା ଘଟଣାଟି କ୍ରମ ଦେଖନ୍ତୁ ଏହି ରିପୋର୍ଟରେ ।

କୋଭିଡ ସମୟରେ ଦେଶରେ ପାରାସିଟାମଲ ବଟିକା ଡୋଲୋ-୬୫୦ର ଆବଶ୍ୟକତାଠୁ ଅଧିକ ବିକ୍ରି ନେଇ ବେଶ ଚର୍ଚ୍ଚା ହୋଇଥିଲା । ଜର ହେବା ମାତ୍ରକେ ରୋଗୀଙ୍କୁ ଡାକ୍ତର କହୁଥିଲେ ଏହି ଟାବଲେଟ ନିଅନ୍ତୁ ଓ ଆପଣ ଠିକ ହୋଇଯିବେ । କୋଭିଡର ଭୟରେ ଡାକ୍ତରଙ୍କ ପରାର୍ମଶ ମାନି ରୋଗୀ ଡୋଲୋ ୬୫୦ ଖାଉଥିଲେ ଓ ଶିଘ୍ର ସୁସ୍ଥ ମଧ୍ୟ ହେଉଥିଲେ । ତେବେ ଏହା ଭିତରେ ଏକ ବଡ ତଥ୍ୟ ସାମ୍ନାକୁ ଆସିଛି । ରୋଗୀଙ୍କୁ ଏହି ଟାବଲେଟ ପ୍ରେସକ୍ରାଇବ କରିବା ପାଇଁ ଫାର୍ମ କମ୍ପାନୀ ଡାକ୍ତରମାନଙ୍କୁ ପୂରାପୁରି ୧୦୦୦କୋଟିର ଉପହାର ଦେଇଥିବା ଜଣାପଡିଛି ।

ଆବେଦନକାରୀ ଏଫଏମଆରଆଇଏ ନିଜ ଆବେଦନରେ କହିଛନ୍ତି ଯେ ମାଇକ୍ରୋ ଲ୍ୟାବ ଡାକ୍ତରମାନଙ୍କୁଙ୍କୁ ମୋଟା ଅଙ୍କର ଅର୍ଥ ଲାଂଚ ଦେଇ ଡୋଲୋ ୬୫୦ ଟାବଲେଟର ପ୍ରମୋସନ କରିଛି ଓ ଅପେକ୍ଷାକୃତ ଅଧିକ ବ୍ୟବସାୟ କରିଛି ।

ଡାକ୍ତରମାନେ ଡୋଲୋ ୬୫୦ ଟାବଲେଟ ପ୍ରେସକ୍ରାଇବ କରୁଥିଲେ ଓ ସେମାନଙ୍କୁ ଫାର୍ମା କମ୍ପାନୀ ବଡ ଧରଣର ଉପହାର ମିଳିଥିବା ସୁପ୍ରିମକୋର୍ଟରେ ଦାଖଲ ଆବେଦନରେ କୁହାଯାଇଛି । ଉପହାର ରୂପରେ କମ୍ପାନୀ ଡାକ୍ତରଙ୍କୁ ଦେଇଥିବା ଲାଂଚ ପାଇଁ ପ୍ରାୟ ୧୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା । ଏଭଳି ଭଳି ସଂଗୀନ ଅଭିଯୋଗ ଆଣି ସୁପ୍ରିମକୋର୍ଟ ଦ୍ୱାରସ୍ଥ ହୋଇଛି ଫେଡେରେସନ ଅଫ ମେଡିକାଲ ରିସର୍ଚ୍ଚ ଆଣ୍ଡ ସେଲସ ରିପ୍ରେଜେନଟିଭ ଅଫ ଇଣ୍ଡିଆ ।

କରୋନା ସମୟରେ ହେଉଥିବା ଜରରୁ ନିସ୍ତାର ପାଇବା ପାଇଁ ପ୍ରାୟତ ରୋଗୀଙ୍କୁ ଡାକ୍ତରମାନେ ଡୋଲୋ ୬୫୦ ଖାଇବା ପାଇଁ ପରାର୍ମଶ ଦେଉଥିଲେ । ରୋଗୀମାନେ ଏହି ଟାବଲେଟ ଖାଇ ସୁସ୍ଥ ମଧ୍ୟ ହେଉଥିଲେ । ତେବେ ଏହି ଟାବଲେଟକୁ ପ୍ରେସକ୍ରାଇବ କରିବା ପଛରେ ଉପହାର ଆକାରରେ ଲାଂଚ ଦିଆଯାଇଥିବା ଏଫଏମଆରଆଇଏ ଦାବି କରିଛି ।

ଶୁଣାଣୀ ସମୟରେ ସୁପ୍ରିମକୋର୍ଟ ବିଚାରପତି ଡିୟାଇ ଚନ୍ଦ୍ରଚୂଡ କହିଛନ୍ତି କରୋନା ସଂକ୍ରମଣ ସମୟରେ ଡାକ୍ତର ଏହି ଟାବଲେଟ ଖାଇବାକୁ ପରାର୍ମଶ ଦେଇଥିଲେ । ଜଷ୍ଟିସ ଚନ୍ଦ୍ରଚୂଡ ଓ ଏଏସ ବୋପାନ୍ନାଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରୁଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ୬ ସପ୍ତାହ ଭିତରେ ଘଟଣାକୁ ନେଇ ଜବାବ ରଖିବାକୁ କେନ୍ଦ୍ରକୁ କହିଛ୍ନ୍ତି କୋର୍ଟ ।ମାମଲାର ଆଗାମୀ ଶୁଣାଣୀ ସେପ୍ଟେମ୍ବର ୨୯ରେ ହେବ ।

ଔଷଧ ପାଇଁ ଉପହାର
• ଡୋଲୋ ଟାବଲେଟ ନିର୍ମାଣ କରୁଥିବା କମ୍ପାନୀ ନାଁ ହେଉଛି ମାଇକ୍ରୋ ଲ୍ୟାବ୍ ଲିମିଟେଡ
• ବ୍ୟବସାୟକୁ ଲାଭ ଦେବା ପାଇଁ ଡାକ୍ତରଙ୍କୁ ଉପହାର ଦେଇଛି ୧୦୦୦କୋଟି ଟଙ୍କା କମ୍ପାନୀ
• ମାଇକ୍ରୋ ଲ୍ୟାବସ ଡେଲୋ ୬୫୦କୁ ପ୍ରମୋଟ କରି ଖୁବ ଲାଭ କରିଛି ।
• କୌଣସି ଟାବଲେଟର ୫୦୦ ମିଲିିଗ୍ରାମର ଦାମ ସରକାର ନିୟନ୍ତ୍ରଣ କରନ୍ତି
• ୫୦୦ ଏମଜି ଉପରକୁ ଥିବା ଔଷଧର ଦାମ ନିର୍ମାଣକାରୀ ଫାର୍ମ କମ୍ପାନୀ ସ୍ଥିର କରେ
• ୫ଶହ ମିଲିଗ୍ରାମ ଟାବଲେଟର ମୂଲ୍ୟ ବଜାରରେ ଅଧିକ ରହିଥାଏ ।
• ଜୁଲାଇ ମାସରେ ଆୟକର ବିଭାଗ କମ୍ପାନୀ ବେଙ୍ଗାଲୁର ବିଭିନ୍ନ ଠିକଣା ଉପରେ ଚଢାଉ କରିଛି ।
• ୯ରାଜ୍ୟରେ ଥିବା କମ୍ପାନୀ ୩୬ଟି ଠିକଣା ଉପରେ ଚଢାଉ କରିଛି ।

କରୋନା ସମୟରେ ବରିଷ୍ଠ ଡାକ୍ତରଙ୍କଠୁ ନେଇ ଜୁନିୟର ଡାକ୍ତର, ପିଜି ଡାକ୍ତର ମଧ୍ୟ ଡୋଲୋ ୬୫୦କୁ ରାମବାଣ କହି ରୋଗୀଙ୍କୁ ଖାଇବାକୁ ପରାର୍ମଶ ଦେଉଥିଲେ ।