ଚର୍ଚ୍ଚାରେ ସାକ୍ଷୀଗୋପାଳର ନଡିଆ କତା କାରିଗର ଡଲି ଦାସ । ଉଦ୍ୟୋଗପତି ନୀତା ଅମ୍ବାନୀଙ୍କଠାରୁ ପାଇଛନ୍ତି ଅର୍ଡର । 

483

କନକ ବ୍ୟୁରୋ:  ସାକ୍ଷୀଗୋପାଳର ଡଲି ଦାସଙ୍କ ହାତ ତିଆରି କତାରେ ନିର୍ମିତ ତାଳଗଛ ଭାରତର ବିଶିଷ୍ଟ ଶିଳ୍ପପତି ନୀତା ଅମ୍ବାନୀଙ୍କ ଘରେ ଶୋଭା ପାଇବ । ଏଥିପାଇଁ ୮ ମାସ ହେଲା ଡଲି କାମରେ ଲାଗିପଡ଼ିଛନ୍ତି । ଏଥିରେ ତାଙ୍କୁ ୨ ଜଣ ସହଯୋଗ କରୁଛନ୍ତି । ୫୨ ବର୍ଷୀୟା ଡଲିଙ୍କ ପାଖରେ ନଡ଼ିଆ କତାରେ ବିଭିନ୍ନ ଘର ସାମଗ୍ରୀ ତିଆରି କରିବାର ୩୨ ବର୍ଷର ଅଭିଜ୍ଞତା ରହିଛି ।  ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ବିଶ୍ୱନାଥପୁର ଗାଁରେ ସେ ଦୀର୍ଘବର୍ଷ ଧରି ନଡ଼ିଆକତାରେ ବିଭିନ୍ନ ସାମଗ୍ରୀ ତିଆରି କରି ଆସୁଛନ୍ତି । ତେବେ ବହୁ ଦୀନରୁ ସଂର୍ଘର୍ଷ କରିଆସୁଥିବା ଡିଲିଙ୍କ ପାଖକୁ ବିଶିଷ୍ଟ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ପତ୍ନୀ ନିତା ଅମ୍ବାନୀଙ୍କଠାରୁ ଅର୍ଡର ପାଇବା ପରେ ତାଙ୍କ ଖୁସି କହିଲେ ନସରେ । ଏହାସହ ତାଙ୍କ କାମକୁ ଆଗକୁ ପରିଚୟ ମିଳିବ ବୋଲି କହିଛନ୍ତି ଡଲି ।