କ୍ୟାନ୍ସରଠାରୁ ହାରିଗଲେ ‘ହିଟଲର୍ ଦିଦି’ ଫେମ୍ ଅଭିନେତ୍ରୀ ଡଲି ସୋହି । ସର୍ଭାଇକାଲ କ୍ୟାନ୍ସରରେ ୪୮ ବର୍ଷରେ ନିଧନ ।

2,665

କନକ ବ୍ୟୁରୋ: ‘କଲଶ’, ‘ହିଟଲର ଦିଦି’, ‘ଦେଓଁ କେ ଦେବ ମହାଦେବ’ ଭଳି ଅନେକ ହିଟ୍ ଟିଭି ସୋ’ରେ କାମ କରିଥିବା ଅଭିନେତ୍ରୀ ଡଲି ସୋହିଙ୍କର ଆଜି ପରଲୋକ ହୋଇଛି । ସେ ଗର୍ଭାଶୟ କର୍କଟ ( ସର୍ଭାଇକାଲ କ୍ୟାନ୍ସର) ସହ ଲଢ଼େଇ କରୁଥିଲେ। ମାତ୍ର ୪୮ ବର୍ଷ ବୟସରେ ସେ ଦୁନିଆରୁ ବିଦାୟ ନେଇଛନ୍ତି । ସବୁଠୁ ବଡ ଦୁଃଖ ହେଉଛି ମାତ୍ର ୪୮ ଘଣ୍ଟା ପୂର୍ବରୁ ଅର୍ଥାତ୍ ଗୁରୁବାର ରାତିରେ ତାଙ୍କ ଭଉଣୀ ଅମନଦୀପ ସୋହିଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଆଜି ଭୋର ପାଖାପାଖି ୪ଟା ସମୟରେ ଡଲି ସୋହିଙ୍କର ନିଧନ ହୋଇଛି । ଏକାବେଳକେ ଦୁଇ ଭଉଣୀଙ୍କର ମୃତ୍ୟୁକୁ ନେଇ ଟେଲି ଦୁନିଆଁରେ ଶୋକର ଛାୟା ଖେଳିଯାଇଛି ।