ମାଆ କାଙ୍କଣ ଦେବୀଙ୍କ ପୀଠରେ ଦୋଳ ଯାତ୍ରା । ମାଆଙ୍କ ଦର୍ଶନ ପାଇଁ ଲାଗିିଛି ଭକ୍ତଙ୍କ ଭିଡ଼

100

କନକ ବ୍ୟୁରୋ: ଗଞ୍ଜାମ ଆସ୍କାର ମାଆ କାଙ୍କଣ ଦେବୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି ଦୋଳ ଯାତ୍ରା । ଚୈତ୍ର ମାସ ମଙ୍ଗଳବାରରେ ହୋଲି ପଡିଥିବାରୁ ସକାଳୁ ସକାଳୁ ମାଆଙ୍କ ଦର୍ଶନ ପାଇଁ ଲାଗିିଛି ଭକ୍ତଙ୍କ ଭିଡ଼ । ଚୈତ୍ର ମାସର ପ୍ରତେକ ମଙ୍ଗଳବାର ମାଆଙ୍କ ପୀଠରେ ଛୋଟ ପିଲାଙ୍କୁ ମୁଣ୍ଡନ କରାଯିବାର ପରମ୍ପରା ରହିଛି । କୌଣସି ଜିନିଷ ହଜିଯାଇଥିଲେ ମାଆଙ୍କ ପୀଠରେ କୁଣ୍ଡାପୋଡ ପିଠା ଓ ପଣାଭୋଗ କରାଯାଇଥାଏ । ଏଭଳି ମାନସିକ ରଖିଲେ ହଜିଥିବା ଜିନିଷ ମିଳିବା ନେଇ ଲୋକଙ୍କ ମନରେ ବିଶ୍ୱାସ ରହିଛି । ମାଆଙ୍କ ଦର୍ଶନ କଲେ ସବୁ ମନୋସ୍କାମନା ପୂରଣ ହୋଇଥାଏ ବୋଲି କହିଛନ୍ତି ଏଠାକାର ପୂଜକ । ଗଞ୍ଜାମରୁ ବୁଗୁଡ଼ା ଯିବା ବାଟରେ ପାହାଡ଼ ଉପରେ ରହିଛି ମାଆଙ୍କ ପୀଠ । ଦେବୀଙ୍କ ପୀଠରେ ଦୋଳଯାତ୍ରା ସବୁଠୁ ବଡ଼ ପର୍ବ ହୋଇଥିବାରୁ ଏଠାରେ ଭକ୍ତଙ୍କ ଗହଳି ଜମୁଛି ।