ଅମାନିଆ ଚୀନ୍ ! ଡୋକଲାମ ଅଞ୍ଚଳରେ ୫୦୦ ଶହ ସେନା ମୁତୟନ କରି ରାସ୍ତା ନିର୍ମାଣ କଲା

Advertisment
ଅମାନିଆ ଚୀନ୍ ! ଡୋକଲାମ ଅଞ୍ଚଳରେ ୫୦୦ ଶହ ସେନା ମୁତୟନ କରି ରାସ୍ତା ନିର୍ମାଣ କଲା

image courtesy-http://www.livemint.com

ଡୋକଲାମରେ ଭାରତ ଓ ଚୀନ୍ ମଧ୍ୟରେ ଲାଗି ରହିଥିବା ତୀବ୍ର ଉତ୍ତେଜନାମୂଳକ ସ୍ଥିତି ଶାନ୍ତ ପଡ଼ିବାର ମାତ୍ର ଗୋଟିଏ ମାସ ପରେ ଏବେ ପୁଣି ବିବାଦ ମୁଣ୍ଡ ଟେକିଛି। ବିବାଦୀୟ ଅଂଚଳଠାରୁ ମାତ୍ର ୧୦ କିମି ଦୂରରେ ଚୀନ୍ ୫ ଶହ ସୈନ୍ୟଙ୍କ ଉପସ୍ଥିତିରେ ରାସ୍ତା ସଂପ୍ରସାରଣ କରିବାରେ ଲାଗିଛି। ଡୋକଲାମ ଉପତ୍ୟକାରେ ବିବାଦୀୟ ଅଂଚଳରେ କୌଣସି ନିର୍ମାଣ କାର୍ଯ୍ୟକୁ ଭାରତ ଗ୍ରହଣ କରିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ ମଧ୍ୟ ଚୀନ୍ ଏହାକୁ ବେଖାତିର କରି ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି। ପୂର୍ବରୁ ଏହି ଅଂଚଳକୁ ସଂପୂର୍ଣ୍ଣ ନିଜର ବୋଲି ଦର୍ଶାଇଥିବା ଚୀନ୍ ପରବର୍ତ୍ତୀ ସମୟରେ କଥାବାର୍ତ୍ତା ମାଧ୍ୟମରେ ମାମଲା ସମାଧାନ ପାଇଁ ଗୁରୁତ୍ୱାରୋପ କରିଥିଲା। ତେବେ ରାସ୍ତା ସଂପ୍ରସାରଣ ପାଇଁ ଏହାର ଯୋଜନାରୁ ଚୀନ୍ ଓହରି ନଥିବା ବର୍ତ୍ତମାନର ପଦକ୍ଷେପରୁ ସ୍ପଷ୍ଟ ହୋଇଯାଇଛି।

ଗୋଟିଏ ପଟେ ଚୀନ୍ ତା’ର ଆଭିମୁଖ୍ୟ ବଦଳାଇ ପୁଣି ବିବାଦୀୟ ପଦକ୍ଷେପ ଗ୍ରହଣ କରିଥିବାରୁ ଏହା ଉପରେ ଭାରତ ସତର୍କ ନଜର ରଖିଛି। ବାୟୁସେନା ମୁଖ୍ୟ ବିଏସ୍ ଧନୋଆ କହିଛନ୍ତି ଯେ ଡୋକଲାମ ଅଂଚଳରେ ଉପସ୍ଥିତ ଥିବା ସୈନ୍ୟ ଗ୍ରୀଷ୍ମ ସମରାଭ୍ୟାସରୁ ଆସି ସେଠାରେ ରହିଛନ୍ତି ଏବଂ ସେମାନେ ଫେରିଯିବେ ବୋଲି ଆଶା କରାଯାଉଛି।

India-China-troops-border-1ଭାରତ-ଭୁଟାନ-ଚୀନ୍ ସୀମାରେ ରହିଥିବା ଡୋକଲାମ ଅଂଚଳ କୁ ନେଇ ଦୀର୍ଘ ଦୁଇ ମାସ ଧରି ଭାରତ ଓ ଚୀନ ସେନା ମୁହାଁମୁହିଁ ଅବସ୍ଥାରେ ରହିଥିଲେ । ଏହାଛଡା ଭବିଷ୍ୟତରେ ଡୋକଲାମ୍ ଭଳି ଘଟଣା ଅଧିକରୁ ଅଧିକ ସଂଖ୍ୟାରେ ଦେଖିବାକୁ ମିଳିପାରେ ବୋଲି ନିକଟରେ ସ୍ଥଳସେନା ମୁଖ୍ୟ ବିପିନ ରାଓ୍ଵତ୍ ସତର୍କ କରାଇ ଦେଇଥିଲେ। ଭୁଟାନର ସ୍ଥିତି ଓ ସୀମାକୁ ଚୀନ୍ ସମ୍ମାନ ଦେଉନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ବେଳେ ଭୁଟାନର ସୁରକ୍ଷା ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ ରହିଛି।

ଚୀନ୍ ସେନାଧିକାରୀଙ୍କ ସହିତ ଫ୍ଲାଗ୍ ମିଟିଂ ସମୟରେ ଭାରତର ସେନାଧିକାରୀମାନେ ଡୋକଲାମରେ ଜୁନ୍ ୧୬ ତାରିଖର ପୂର୍ବ ସ୍ଥିତି ବଜାୟ ରଖିବାକୁ ଗୁରୁତ୍ୱ ଦେଉଛନ୍ତି। ନିକଟରେ ହୋଇଥିବା ସମାଧାନର ଗୁରୁତ୍ୱ ହ୍ରାସ କରି ଚୀନ୍ ନିଜର ଦାଦାଗିରି ଜାହିର କରିବାକୁ ଚାହୁଛି । ଏକଚାଟିଆ ଭାବେ ବାରମ୍ବାର ଭାରତୀୟ ସୀମା ମଧ୍ୟକୁ ପ୍ରବେଶ କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe