ସିଂହକୁ ସୁରକ୍ଷା ଦେବେ କୁକୁର ! ଆଇନ ଉଲ୍ଲଘଂନ କଲେ ହେବ ଜେଲ, ଜାଣନ୍ତୁ କେଉଁଠି ।

87

ଏଣିକି ଏସିଆର ସିଂହ ମାନଙ୍କର ସୁରକ୍ଷା ପାଇଁ କୁକୁର ମାନଙ୍କୁ ନିୟୋଜିତ କରାଯିବ । ତେବେ ଜଙ୍ଗଲ ଗୁଡିକରେ ବେଆଇନ ଭାବରେ ପ୍ରବେଶ କରି ସିଂହ ମାନଙ୍କ ପଛରେ ଗାଡି ଦୌଡାଇବା ଏବଂ ଶିକାରର ଭିଡିଓ କରିବା ଭଳି ମାମଲା ଦିନକୁ ଦିନ ବଢିବାରେ ଲାଗିଛି । ଏମିତି ଲୋକମାନଙ୍କୁ ସିଂହ ମାନଙ୍କ ପାଖରୁ ଦୂରେଇ ରଖିବା ପାଇଁ ଗୁଜୁରାଟ ପ୍ରଦେଶ ସରକାର ଏଣିକି ପ୍ରଶିକ୍ଷିତ କୁକୁର ମାନଙ୍କୁ ନିୟୋଜିତ କରିବା ପାଇଁ ନିଷ୍ପତ୍ତି ନେଇଛି । ବୁଧବାର ରାଜ୍ୟ ସରକାର ଏହି ଦିଗରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏଣିକି ବେଆଇନ ଭାବରେ ଜଙ୍ଗଲରେ ପ୍ରବେଶ କରି ସିଂହ ମାନଙ୍କୁ ହଇରାଣ କରୁଥିବା ଲୋକମାନଙ୍କ ବିରୋଧରେ ବନ୍ୟ ଅଧିନିୟମର ଧାରା ୯ ଅନ୍ତର୍ଗତ ମାମଲା ରୁଜୁ କରାଯିବ । ଏହି ଧାରାରେ ଅପରାଧୀ ଘୋଷିତ ହେଲେ ୭ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯିବ ।

ମୁଖ୍ୟମନ୍ତ୍ରୀ ବିଜୟ ରୁପାଣିଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକ ପରେ ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ଗଣପତ ବସାବା କହିଛନ୍ତି ଯେ, ସିଂହମାନଙ୍କର ଯିବା ଆସିବା ବାଟରେ ବନ୍ୟ ପ୍ରାଣୀ ମିତ୍ର ମାନଙ୍କର ନିଯୁକ୍ତି କରାଯିବ । ଏହି ଅଞ୍ଚଳ ଗୁଡିକରେ ନୂଆ ଥାନା ସମତେ ୱେୟାରଲେସ ନେଟୱାର୍କ ମଧ୍ୟ ସ୍ଥାପନ କରାଯିବ । ଜଙ୍ଗଲର ପୂର୍ବ ଅଞ୍ଚଳରେ ନୂଆ ପର୍ଯ୍ୟଟନ ଜୋନ ବିକଶିତ କରାଯିବ । ସିଂହ ମାନଙ୍କର ସୁରକ୍ଷା ପାଇଁ ଜିଲ୍ଲା ସ୍ଥରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମନିଟରିଂ କମିଟି ଗଠନ କରାଯିବ ।