ଦେଢବର୍ଷର ଶିଶୁକୁ କାମୁଡି ରକ୍ତାକ୍ତ କରିଦେଲେ ୫ ବୁଲା କୁକୁର । ଶରୀରରେ ପଡିଲା ୨୫୦ଟି ସିଲେଇ ।

Advertisment
ଦେଢବର୍ଷର ଶିଶୁକୁ କାମୁଡି ରକ୍ତାକ୍ତ କରିଦେଲେ ୫ ବୁଲା କୁକୁର । ଶରୀରରେ ପଡିଲା ୨୫୦ଟି ସିଲେଇ ।

ହରିୟାଣାର ଫରିଦାବାଦ ଜିଲ୍ଲା ପଳବଲି ଗ୍ରାମରେ ଏମିତି ଏକ ଘଟଣା ଘଟିଛି ଯାହା ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ଏଠାରେ କିଛି ବାରବୁଲା କୁକୁର ଦେଢ଼ବର୍ଷର ଶିଶୁ ଉପରେ ଆକ୍ରମଣ କରିବା ସହିତ ତାକୁ କ୍ଷତାକ୍ତ କରି ଦେଇଥିଲେ। ଗୁରୁତର ଶିଶୁକୁ ତୁରନ୍ତ ପରିବାର ଲୋକ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ବି ଶିଶୁର ଅବସ୍ଥା ଦେଖି କିଛିସମୟ ପାଇଁ ସ୍ତବ୍ଧ ହୋଇଯାଇଥିଲେ।

ସୂଚନାଯୋଗ୍ୟ, ଘର ବାହାରେ ଦେଢ଼ବର୍ଷର ଶିଶୁ ଖେଳୁଥିବା ବେଳେ ୫ଟି ବାରବୁଲା କୁକୁର ଦୌଡ଼ାଦୌଡ଼ି ହୋଇ ଶିଶୁ ଆଡ଼କୁ ମାଡ଼ି ଆସିଥିଲେ। କୁକୁର ନିଜନିଜ ଭିତରେ କାମୁଡ଼ା କାମୁଡ଼ି ହୋଇ ଶିଶୁ ଉପରେ ଆକ୍ରମଣ କରି ତାର ନାକ ଓ ଆଖିର ଉପର ଅଂଶକୁ କାମୁଡ଼ି ରକ୍ତାକ୍ତ କରି ଦେଇଥିଲେ। ଏଥିରେ ଶିଶୁଟି ଗୁରୁତର ଭାବେ ଆହତ ହୋଇପଡ଼ିଥିଲା। ଶିଶୁର କାନ୍ଦ ଓ କୁକୁର ଭୋକିବା ଶୁଣି ପରିବାରଲୋକ ଘର ବାହାରକୁ ଆସି କୁକୁର ହାବୁଡରୁ ଶିଶୁକୁ ବହୁ କଷ୍ଟରେ ଉଦ୍ଧାର କରିଥିଲେ। ଏହାପରେ ପରିବାରଲୋକ ଚିକିତ୍ସା ପାଇଁ ଦେଢ଼ବର୍ଷର ଶିଶୁକୁ ସେକ୍ଟର-୧୬ସ୍ଥିତ ମେଟ୍ରୋ ହସପିଟାଲରେ ଭର୍ତ୍ତି କରାଇଥିଲେ।

ହସପିଟାଲରେ ଚାରିଘଣ୍ଟା ଧରି ଦେଢ଼ବର୍ଷ ଶିଶୁର ଅସ୍ତ୍ରୋପଚାର କରାଯିବା ପରେ ତାର ଶରୀରରେ ୨୫୦ଟି ସିଲେଇ ପଡ଼ିଥିଲା ବେଳେ ୧୫୦ଟି ସିଲେଇ ଶିଶୁଟିର ମୁହଁ, ନାକ, ଆଖିରେ ପଡ଼ିଥିଲା। ଶିଶୁର ବାପା ଜଣେ ଅଟୋ ଚାଳକ ହୋଇଥିବାରୁ ତାଙ୍କୁ ସହାୟତା କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe