ଧନ୍ୟ ତୁମେ ଚୀନବାସୀ…କରୋନା ଭାଇରସର ଭୟବହତା ପରେ ବି ସୁଧୁରିନାହାନ୍ତି ଲୋକେ । ଜୀଅନ୍ତା କୁକୁରକୁ ଝୁଣି ଝୁଣି ଖାଉଛନ୍ତି ଚୀନବାସୀ ।

2,755

କନକ ବ୍ୟୁରୋ : ଦିନକୁ ଦିନ ଅଧିକ ଭୟଙ୍କର ହେବାରେ ଲାଗିଛି କରୋନା ଭାଇରସ । ଏହି ଭୟଙ୍କର ଭାଇରସ ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୧୩୦୦ ଟପିଯାଇଥିବା ବେଳେ ପାଖାପାଖି ୬୦ ହଜାର ଲୋକ ଏଥିରେ ସଂକ୍ରମିତ ହୋଇସାରିଲେଣି । ଚୀନରେ ସୃଷ୍ଟି ହୋଇଥିବା ଏହି ଭାଇରସ ସାରା ବିଶ୍ୱରେ ବ୍ୟାପୁଥିବା ବେଳେ ଚୀନରେ ଭାଇରସର ଭୟବହତା ଅସ୍ତବ୍ୟସ୍ତ କରିସାରିଲାଣି । କେବଳ ଚୀନରେ ୧୨ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୪୫ ହଜାରରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇସାରିଲେଣି । ତଥାପି ସୁଧୁରିବାର ନାଁ ଧରୁନାହିଁ ଚୀନ ।

ଜୀଅନ୍ତା କୁକୁରକୁ ଝୁଣି ଝୁଣି ଖାଉଛନ୍ତି ଚୀନବାସୀ । ଅନ୍ତରାଷ୍ଟ୍ରୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣାକୁ ନେଇ ଯେଉଁ ଫଟୋ ଏବଂ ଭିଡିଓ ଭାଇରାଲ ହୋଇଛି, ତାହା ଏତେ ଭୟଙ୍କର ଯେ, ଆପଣଙ୍କୁ ସେହି ଫଟୋ ଆଉ ଭିଡିଓ ଦେଖାଇବା ଅସମ୍ଭବ । ଚୀନର ଏକ ବଜାରରେ କୁକୁରଙ୍କୁ ଜୀଅନ୍ତା ଗରମ ପାଣିରେ ସିଝା ଯାଉଛି, ଆଉ ଜୀଅନ୍ତା କଟା ଯାଉଛି, ଯେପରି ଲୋକମାନେ କୁକୁରର ମାଂସକୁ ଖାଇପାରିବେ ।

ଚୀନରେ ବସୁଛି କୁକୁର ମାଂସ ବିକ୍ରିର ହାଟ । ଆଉ ଜୀଅନ୍ତା କୁକୁରକୁ ଝୁଣି ଝୁଣି ଖାଉଛନ୍ତି ଚୀନବାସୀ । ଚୀନର ଏହି ବଜାରରୁ ଏମିତି କିଛି ସ୍ୱର ଶୁଣିବାକୁ ମିଳୁଛି, ଯାହା ଆପଣଙ୍କ ଛାତି ଥରାଇଦେବ । ଆଉ ସେହି ସ୍ୱର ହେଉଛି, ଜୀବନ ପାଇଁ ଭିକ ମାଗୁଥିବା କୁକୁରଙ୍କର । କାନ୍ଦୁଛନ୍ତି, ଭୋକୁଛନ୍ତି ଏବଂ କଷ୍ଟ ଜର୍ଜରିତ ଅବସ୍ଥାରେ ବୁକୁଫଟା ଚିତ୍କାର ବି କରୁଛନ୍ତି । କିନ୍ତୁ ହୃଦୟବିହୀନ ଏହି ଚୀନବାସୀ ଜୀଅନ୍ତା କୁକୁରକୁ ଝୁଣି ଝୁଣି ଖାଇଯାଉଛନ୍ତି ।

କେବଳ ଏତିକି ନୁହେଁ, ଏହି ବଜାରରେ ଛୋଟ ଛୋଟ କୁକୁରଙ୍କୁ ବିକ୍ରି ମଧ୍ୟ କରାଯାଉଛି । ଆଉ ଲୋକମାନେ କୁକୁରଙ୍କୁ କିଣି ଘରକୁ ନେଉଛନ୍ତି, ଏବଂ ଘରେ ରୋଷେଇ କରି ଖାଉଛନ୍ତି । ଆଉ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏଠାରେ ପ୍ରତିବର୍ଷ ଜୁନ ମାସରେ କୁକୁର ମାଂସ ବିକ୍ରି କରିବାର ଏକ ଫେଷ୍ଟିଭାଲ୍ ମଧ୍ୟ ଆୟୋଜିତ ହୋଇଥାଏ । କିନ୍ତୁ ଚଳିତବର୍ଷ ଜୁନ ମାସ ଆଗରୁ ହିଁ ଏମିତି କିଛି ଚିତ୍ର ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ଚୀନର ୨୦ ପ୍ରତିଶତରୁ ଅଧିକ ଲୋକ ପ୍ରତିଦିନ କୁକୁର ମାଂସ ଖାଇଥାନ୍ତି ।

କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଆତଙ୍କ ଖେଳିଯାଇଥିବା ବେଳେ, ସୁଧୁରିବାର ନାଁ ଧରୁନାହାନ୍ତି ଚୀନବାସୀ । ପ୍ରଥମେ ବାଦୁଡି, ପରେ ବଜ୍ରକାପ୍ତା ଏବଂ ଏବେ କୁକୁର ମାଂସକୁ ଏମିତି ଝୁଣି ଝୁଣି ଖାଉଥିବାର ନଜର ଆସିଛନ୍ତି ଚୀନବାସୀ । ଦିନକୁ ଦିନ କରୋନା ଭାଇରସ ସାରା ବିଶ୍ୱରେ ନିଜର ଭୟବହତା ଖେଳାଉଥିବା ବେଳେ, ଚୀନରେ ଏହାର ଭୟଙ୍କର ରୂପ ଦେଖିବାକୁ ମିଳିଛି । ଆଉ ଏହାରି ଭିତରେ ଚୀନବାସୀଙ୍କ ଏଭଳି କାର୍ଯ୍ୟକଳାପ ମୃତ୍ୟୁସଂଖ୍ୟାକୁ ଆହୁରି ଯେ ବଢାଇଦେବ, ଏଥିରେ କୌଣସି ସନ୍ଦେହ ନାହିଁ ।