ମୋ ମାଲିକ ଫେରିବେ! ୪ ଦିନ ପୂର୍ବରୁ ଆତ୍ମହତ୍ୟା କରିଥିବା ମାଲିକର ଫେରିବା ବାଟକୁ ଚାହିଁ ରହିଛି ବିଶ୍ୱସ୍ତ କୁକୁର । ଅଖିଆଅପିଆ ଅବସ୍ଥାରେ ପୁଲର ଏକ ଦାଢରେ ବସି ପାଣିକୁ ଚାହିଁରହିଛି ନିଷ୍ପାପ ଜୀବଟି । ପୁଣି ମାଲିକ ଫେରିବେ , ସାଙ୍ଗ ହୋଇ ଦୁଇ ଜଣ ଘରକୁ ଯିବେ , ଖେଳିବେ ... ଏଭଳି ଅନେକ ଆଶା ନେଇ ସେ ପାଣିକୁ ଚାହିଁରହିଛି । ହେଲେ ଅଫେରା ବାଟରେ ମାଲିକ । ନିକଟରେ ଏଭଳି ଏକ ହୃଦୟସ୍ପର୍ଶୀ ଫଟୋ ଭାଇରାଲ୍ ହୋଇଥିଲା । ଫଟୋଟି ଚୀନ୍ ର ଜଣେ ବ୍ୟକ୍ତି ଉତ୍ତୋଳନ କରିଥିଲେ । ଏକ ପୁଲର ଦାଢରୁ ପାଣିକୁ ଦେଖୁଥିବା ଏହି କୁକୁରଟିର ଫଟୋ ଖୁବ୍ ଭାଇରାଲ୍ ହୋଇଥିଲା ।
ଚୀନର ଜଣେ ବ୍ୟକ୍ତି କୌଣସି କାରଣବଶତଃ ପୁଲକୁ ଡେଇଁ ଆତ୍ମହତ୍ୟା କରିଥିଲେ । ଆଉ ମାଲିକଙ୍କୁ ନଦୀକୁ ଡେଇଁବା ଦେଖି ପୋଷାକୁକୁରଟି ଉକ୍ତ ସ୍ଥାନରେ ତାଙ୍କ ଫେରିବା ବାଟକୁ ଚାହିଁରହିଲା । ବଡ଼ ବିଡ଼ମ୍ବନାର କଥା ପୋଷାକୁକୁରଟି ଅଖିଆଅପିଆ ଅବସ୍ଥାରେ ୪ ଦିନ ପର୍ଯ୍ୟନ୍ତ ସେହି ସ୍ଥାନରେ ମାଲିକର ଲେଉଟାଣିକୁ ଚାହିଁ ରହିଥିଲା । ଆଉ ସେହି ସମୟରେ ମାଲିକ ପ୍ରତି ପୋଷାକୁକୁରର ଏଭଳି ସଚ୍ଚୋଟତା ଦେଖି ଜଣେ ସହୃଦୟ ବ୍ୟକ୍ତି ଫଟୋ ଉତ୍ତୋଳନ କରିବା ସହ କୁକୁରକୁ ପୋଷ୍ୟ କରିବାକୁ ମନସ୍ଥ କରିଥିଲେ । ହେଲେ କୁକୁରଟି କାହା ପାଖକୁ ନ ଯାଇ ସେଠାରୁ ଦୌଡି ପଳାଇଥିଲେ । ବ୍ୟକ୍ତିଜଣକ ସ୍ଥାନୀୟ ସ୍ୱେଚ୍ଛାସେବୀଙ୍କ ସାହାଯ୍ୟରେ ଏବେ କୁକୁରକୁ ଖୋଜି ତାର ରହିବା ବ୍ୟବସ୍ଥା କରୁଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ , ମେ ୩୦ ତାରିଖରେ କୁକୁରଟି ମାଲିକ ପଛେ ପଛେ ନଦୀକୁ ଆସିଥିଲା । ଆଉ ସେଠାରେ ୪ ଦିନ କାଳ ମାଲିକର ଫେରନ୍ତା ବାଟକୁ ଚାହିଁରହିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/06/4-9.jpg)
/kanak/media/post_attachments/wp-content/uploads/2020/06/Dog-6789_5edf10367f4b8-300x157.jpg)
/kanak/media/post_attachments/wp-content/uploads/2020/06/Untitled-design-26-300x157.jpg)