ସ୍ୱାର୍ଥପର ସମାଜର ସଇତାନ ମଣିଷ । ମରିଗଲା ମାନବିକତା, କୁକୁରକୁ କାର ପଛରେ ବାନ୍ଧି ସହରସାରା ଘୋଷାଡିଲେ ଚାଳକ ।

552

କନକ ବ୍ୟୁରୋ : ବୁଧବାର ଲାଡେନ ନାମକ କୁକୁର ନିଜ ଜୀବନକୁ ବାଜି ଲଗାଇ ଦୁଇଟି ଶିଶୁଙ୍କ ଜୀବନ ରକ୍ଷା କରିଥିବା ବେଳେ, ସ୍ୱାର୍ଥପର ମାନବ ସମାଜକୁ ବହୁତ୍ କିଛି କହିଯାଇଛି । ପଶୁ ହେଲେ ବି ତାର ମାନବିକତା ଅଛି, ହେଲେ ମଣିଷ ପାଖରେ ପାଇବା ବହୁ କଷ୍ଟକର । ତଥାପି ଏଇ ମଣିଷ ପଶୁମାନଙ୍କ ଉପରେ ଅତ୍ୟାଚାର କରିବାକୁ ଟିକେ ମଧ୍ୟ ପଛାଉ ନାହିଁ । ସେହିଭଳି ଏକ ଦୃଶ୍ୟ ସୋସିଆଲ ମିଡିଆରେ ବହୁମାତ୍ରାରେ ଭାଇରାଲ ହେବାର ଲାଗିଛି ।

ସୂଚନାନୁସାରେ, ଭିଡିଓଟି ଉଦୟପୁରର ବୋଲି ଜଣାପଡିଛି । ଯେଉଁଥିରେ ଜଣେ କାର ଚାଳକ ନିଜ କାର ପଛରେ ଦଉଡିରେ ଏକ କୁରୁରକୁ ବାନ୍ଧି ଘୋଷାଡିି ନେଉ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ସେହି କାରର ନମ୍ବର RJ 27-CA-7595 ବୋଲି ଜଣା ପଡିଛି । ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ନିରୀହ ପଶୁ ସଂରକ୍ଷଣ ପାଇଁ କାର୍ଯ୍ୟ କରୁଥିବା ଏନିମଲ ଏଡ ସଂସ୍ଥା ସହାୟତା ପାଇଁ ଆଗକୁ ଆସିଛି । ଏନିମଲ ଏଡ ସଂସ୍ଥା ତରଫରୁ ଉଦୟପୁରର ସୁଖରେ ଥାନାରେ କାର ମାଲିକଙ୍କ ବିରୁଦ୍ଧରେ ପଶୁ ନିର୍ଯାତନାର ମୋକଦ୍ଦମା ରୁଜୁ ହୋଇଛି ।

ଯେଉଁ କାରଟିରେ କୁକୁରକୁ ଘୋଷଡି ନିଆଯାଉଥିଲା , ସେହି କାରଟି ସଜଡା ହେବା ପାଇଁ ଏକ ଗ୍ୟାରେଜରେ ରଖା ଯାଇଥିଲା । ଯେତେବେଳେ ଗ୍ୟାରେଜ ନିକଟରେ କୁକୁରଟି ମରିଯାଇଥିଲା, ସେତେବେଳେ କାର ଚାଳକ ଜଣକ ଗ୍ୟାରେଜ ମାଲିକଙ୍କ ସହୟତାରେ ସେହି କୁକୁରଟିକୁ କାର ପଛରେ ବାନ୍ଧି ଅନ୍ୟ ସ୍ଥାନରେ ଫୋପାଡିବା ପାଇଁ ନେଇଯାଉଥିଲେ । ଠିକ ସେହି ସମୟରେ ଜଣେ ପଶୁ ପ୍ରେମୀ ଏହି ଘଟଣାର ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରିଥିଲେ । ସବ ଇନ୍ସପେକ୍ଟର କର୍ମବୀର ସିଂହଙ୍କ କହିବାନୁସାରେ, ଏହି ଘଟଣାର ଯାଂଚ ହେବା ସହିତ କୁକୁରଟିର ପୋଷ୍ଟମର୍ଟମ କରାଯାଇଛି । କୁକୁରଟି ଜିବୀତ ଥିଲା ନା ତାର ମୃତ୍ୟୁ ହୋଇଥିଲା, ସେହି ସମ୍ପର୍କରେ କାର ଡ୍ରାଇଭରଙ୍କୁ ପଚରାଉଚରା କରାଯାଉଛି ।