ଡ୍ରଗ୍ସ ଚୋରଙ୍କୁ ଧରିବାରେ ସାହାଯ୍ୟ କରୁଛି କୁକୁର ସୋବ୍ରା ! ୬୮ କୋଟି ଟଙ୍କାର କୋକିନ ଜବତ ପରେ କୁକୁରକୁ ମାରିବା ପାଇଁ ୫୦ ଲକ୍ଷ ଟଙ୍କା ପୁରଷ୍କାର ଘୋଷଣା କଲେ ତସ୍କର ।

68

କୋଲମ୍ବିୟା ଏକ ଏପରି ଦେଶ, ଯେଉଁଠାରେ ଡ୍ରଗ୍ସ ତସ୍କରି ବହୁତ ମାତ୍ରାରେ ଚାଲିଥାଏ । ବର୍ଷ ବର୍ଷ ଧରି ଏଠାରେ ଡ୍ରକ୍ସ ବେପାର ଚାଲିଥିବାରୁ ସାରା ଦୁନିଆରେ କୋଲମ୍ବିୟା ବଦନାମ । କିନ୍ତୁ ଗତ କିଛି ଦିନ ହେବ ସୋବ୍ରା ନାମକ ଏକ କୁକୁର କାରଣରୁ ତସ୍କରମାନଙ୍କ ବେପାରରେ ଘାଟା ହୋଇଛି । ୨ ବର୍ଷ ମଧ୍ୟରେ ପ୍ରାୟ ୬୮ କୋଟିର ଡ୍ରଗ୍ସ ଜବତ କରିବାରେ ପୋଲିସଙ୍କ ସହାୟତା କରିଛି ଏହି କୁକୁର ସୋବ୍ରା । ପୁଲିସର ଏହି ଖାସ କୁକୁର ପାଇଁ ଚିନ୍ତାରେ ପଡିଥିବା ତସ୍କରମାନେ କୁକୁରକୁ ମାରିବା ପାଇଁ ୫୦ ଲକ୍ଷ ଟଙ୍କାର ପୁରଷ୍କାର ଦେବାର ଘୋଷଣା କରିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ପୋଲିସ ନିଜେ ଏହି କୁକୁର ବିଷୟରେ ଟ୍ୱିଟ କରି ଲୋକମାନଙ୍କୁ ଏହି ସୂଚନା ପ୍ରଦାନ କରିଛନ୍ତି । ଜର୍ମାନ ଶେଫର୍ଡ ସୋବ୍ରା ଗତ ଦୁଇ ବର୍ଷ ହେବ ପୋଲିସ ପାଇଁ କାମ କରୁଛି । ମିଡିଆ ରିପୋର୍ଟ ଅନୁସାରେ, ପୋଲିସ କୁକୁର ସାହାଯ୍ୟରେ ପ୍ରାୟ ୨୪୫ ଅପରାଧିଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

ମିଳିଥିବା ରିପୋର୍ଟ ମୁତାବକ, ପ୍ରଥମ ଥର ପାଇଁ ସୋବ୍ରା ୨୦୧୬ ମାର୍ଚ୍ଚ ମାସରେ ଗୋଟେ ବଡ ମାମଲାର ପର୍ଦାଫାସ କରିଥିଲା । ସେତେବେଳେ କୁକୁରର ସୁଙ୍ଗିବାର କ୍ଷମତା କାରଣରୁ କଦଳି ବାକ୍ସରେ ଲୁଚାଇ ରଖାଯାଇଥିବା ୨୯୫୮ କିଲୋଗ୍ରାମ କୋକିନକୁ ଜବତ କରାଯାଇଥିଲା । ଏହା ପରେ ସୋବ୍ରା ୨୦୧୭ ମସିହା ମେ ମାସରେ ବେଲଜିୟମ ପଠାଯାଉଥିବା ୧.୧ ଟନ କୋକିନକୁ ଜବତ କରିବାରେ ପୋଲିସର ସହାୟତା କରିଥିଲା । କେବଳ ସେତିକି ନୁହେଁ ଏହା ପରେ ୫.୩ ଟନ କୋକିନ ଏୟାରପୋର୍ଟରୁ ଜବତ କରାଗଲା । ସୋବ୍ରା ବୁଲେଟ ପ୍ରୁଫ ଗାଡିରେ ଯିବା ଆସିବା କରେ । ସୋବ୍ରା ସହିତ ସର୍ବଦା ଦୁଇଟି ଗନ ମ୍ୟାନ ରହିଥାନ୍ତି । ଏୟାର ପୋର୍ଟରେ ସୋବ୍ରାକୁ ପ୍ରତିଦିନ ୬ ଘଣ୍ଟା ଡ୍ୟୁଟି କରିବାକୁ ପଡିଥାଏ । ସୋବ୍ରା ଅନ୍ୟ କୁକୁର ମାନଙ୍କ ଠାରୁ ଅଧିକ ଚାଲାକ ହୋଇଥିବାରୁ ଏହା ଏବେ ଡ୍ରକ୍ସ ବେପାରି ମାନଙ୍କ ପାଇଁ ଏକ ଚିନ୍ତାର ବିଷୟ ପାଲଟିଯାଇଛି ।