କନକ ବ୍ୟୁରୋ: ପଶୁ ଓ ମଣିଷଙ୍କ ମଧ୍ୟରେ ବନ୍ଧୁତା ଆମେ ଅନେକ ଦିଖିଛେ । ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ଖବର ଦେଖାଇବୁ ଯାହା ଆପଣଙ୍କୁ ଭାବବିହ୍ୱଳ କରିଦେବ । ମାଲିକଙ୍କ ଦେହାନ୍ତ ପରେ କେମିତି ଏକ ପୋଷା କୁକୁର ତାଙ୍କୁ ଚାରିଆଡ଼େ ଖୋଜିବୁଲୁଛି । ଏପରିକି ଯେଉଁଠି ଅନ୍ତିମ ସଂସ୍କାର କରାଯାଇଥିଲା । ସେହି ମଶାଣୀ ଭୂଇଁରେ ଯାଇ ପୋଡ଼ା କାଠ ଶୁଂଘୁଛି । ଆଉ ପାଟି ଖୋଲୁନଥିଲେ ବି ସେ ଭାବକୁ ପରିପ୍ରକାଶ କରୁଛି । ଏଠାରେ ତା’ ମାଲିକଙ୍କ ମର ଶରୀର ପଡ଼ିରହିଥିବା ବେଳେ ଜନ୍ମ-ମୃତ୍ୟୁର ତଫାତ୍ ଜାଣିନଥିବା ଏହି ପଶୁ ବୁଝିପାରିଛି ତା ମାଲିକ ଆଉ କେବେ ଫେରିବେ ନାହିଁ । ତାଙ୍କ ମୃତ ଶରୀର ପାଖରେ ମନ ଦୁଃଖରେ ଶୋଇ ରହିଛି । ଆମ୍ବୁଲାନ୍ସ ଭିତରେ ମାଲିକଙ୍କ ମୃତଦେହ ଥିବା ବେଳେ କୁକୁରଟି ଆମ୍ବୁଲାନ୍ସ ଭିତରେ ମୁହଁ ଗଳାଇ ତାଙ୍କୁ ଭଲ ଭାବେ ଦେଖୁଛି । ଏସବୁ ଦେଖିବା ପରେ ଆପଣମାନେ ଭାବିପାରୁଥିବେ କୁକୁର ଆଉ ମାଲିକଙ୍କ ମଧ୍ୟରେ ଥିବା ଭଲ ପାଇବା କେତେ ନିବିଡ଼ ଥିଲା । ଅସ୍ତରଙ୍ଗ ବ୍ଲକ ଆଳଙ୍ଗପୁର ଗାଁର । ବ୍ୟବସାୟୀ ପ୍ରଭାକର ଲେଙ୍କା ୧୩ ବର୍ଷ ତଳେ କୁକୁରଟିକୁ ଘରକୁ ଆଣିଥିଲେ । ଯାହାର ନାଁ ରଖିଥିଲେ ଟମି । କୁକୁରଟିକୁ ସେ ତାଙ୍କର ପରିବାର ସଦସ୍ୟ ଭଳି ପାଳିଥିଲେ । ଏବେ ହଠାତ୍ ପ୍ରଭାକରଙ୍କ ଦେହାନ୍ତ ପରେ ଟମିର ଆଖିରୁ ଲୁହ ଶୁଖୁନି । ସେ ମରିଶରୀର ଶୋଭାଯାତ୍ରା ହେଉ ଅବା ମଶାଣୀ ଭୁଇଁ ସବୁଠି ସାମିଲ ହୋଇ ସେ ତାର ମାଲିକଙ୍କୁ ଶ୍ରଦ୍ଧାଂଜଳି ଜଣାଉଛି ।