ଡାକ୍ତରଙ୍କ ପାଇଁ ଦେବଦୂତ ସାଜିଲା କୁକୁର, ଏମିତି ବଂଚାଇଲା ଡାକ୍ତରଙ୍କ ଜୀବନ

161

ପୁନେର ଜଣେ ଡାକ୍ତରଙ୍କ ଜୀବନ ବଂଚାଇଲା କୁକୁର । ଡାକ୍ତର ଆଂଶିକ ପକ୍ଷାଘାତ ଓ ହୃଦଘାତ ପରେ ପଡିଯାଇଥିଲେ । ୬୫ ବର୍ଷୀୟ ଡାକ୍ତର ରମେଶ ସଂଚେତିଙ୍କ ବ୍ରାଉନି ନାମକ କୁକୁର ତାଙ୍କ ଜୀବନ ବଂଚାଇଛି । କୁକୁର ଠିକ୍ ସମୟରେ ଡାକ୍ତରଙ୍କ ପଡୋଶୀ ଅମିତଙ୍କୁ ଆଲର୍ଟ କରିଦେଇଥିଲା ।

ଦିନ ପାଖାପାଖି ୧୨.୩୦ରେ ଯେତେବେଳେ ବ୍ରାଉନିକୁ ଅମିତ ଖୁଆଇବାକୁ ଚେଷ୍ଟା କରୁଥିଲେ, ସେ ଖାଇବାକୁ ମନା କରିଦେଲୋ । ସେ ଡାକ୍ତରଙ୍କ ବେଡ ରୁମ ଝରକା ପାଖକୁ ବାରମ୍ବାର ଗଲା । ଏହା ପରେ ଅମିତଙ୍କୁ ଲାଗିଲା କି କିଛି ଅସାମାନ୍ୟ ହୋଇଛି । ଏହାପରେ ସେ ଦେଖିବାକୁୂ ପାଇଲେ ଯେ, ଡାକ୍ତର ତଳେ ପଡିଯାଇଛନ୍ତି । ଏହାପରେ ସେ ଡାକ୍ତରଙ୍କୁ ହସପିଟାଲରେ ଭର୍ତ୍ତି କରାଇଲେ । ଅମିତ କହିଲେ କି, କୁକୁର ବାରମ୍ବାର ଝରକା ପାଖକୁ ଯାଇ ଅନାଉଥିଲା ।

ଏହି ଘଟଣା ଘଟିବା ସମୟରେ ଡାକ୍ତରଙ୍କ ପରିବାର ବାହାରେ ଥିଲେ । ତାଙ୍କ ପତ୍ନୀ ମୁମ୍ବାଇରେ ଥିଲେ, ଯେବେକି ପୁଅ ପୁଣେରେ ଓ ଝିଅ ଆମେରିକାରେ ଥିଲେ । ଡାକ୍ତର ସଂଚେତି ଓ ଅମିତ ବ୍ରାଉନିକୁ ପାଖାପାଖି ୧୬ ବର୍ଷ ପୂର୍ବେ ନେଇକି ଆସିଥିଲେ । ଡାକ୍ତର ସଂଚେତି ୨ ବର୍ଷ ପୂର୍ବେ ବ୍ରାଉନିର କିଡନୀ ୫୦% ଖରାପ ହେବାପରେ ସ୍ପେଶାଲ କେୟାର ଉପଲବ୍ଧ କରାଇଥିଲେ । ସମ୍ଭବତଃ କୃତଜ୍ଞତା ଜ୍ଞାପନ ସ୍ୱରୂପ ଡାକ୍ତରଙ୍କ ଜୀବନ ବଂଚାଇବା ପାଇଁ ପୁରା ଚେଷ୍ଟା କଲା ବୋଲି ଅମିତ କହିଛନ୍ତି ।