କନକ ବ୍ୟୁରୋ : କଥାରେ ଅଛି ରଖେ ହରି ତ ମାରେ କିଏ । ଏହି କଥାର ତାଜା ଉଦାହରଣ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଏମ.ଭି ୧୭ ଗାଁରେ । ପ୍ରାୟ ୩ଘଂଟା ଦୀର୍ଘ ସମୟର ଅସ୍ତ୍ରୋପଚାର ପରେ ପୋଷା କୁୁକୁରଟି ପାଇଛି ପୁର୍ନଜନ୍ମ । ଏହି ଗାଁର ରିତା ସରକାରଙ୍କ ପୋଷା କୁକୁର ଦୁବୃର୍ତଙ୍କ ତୀର ମାଡର ଶିକାର ହୋଇଥିଲା ।
ଆହତ ପୋଷା କୁକୁର ଯନ୍ତ୍ରଣା ଛଟପଟ ହେବା ପରେ ଜୀବନ ରକ୍ଷା କରିବା ପାଇଁ ପ୍ରାଣମୂର୍ଚ୍ଚା ଉଦ୍ୟମ ମଧ୍ୟ କରିଥିଲା । ଏହି ସମୟରେ ତୀରର ଲାଗିଥିବା ବାଉଁଶ କଣି କାମୁଡି ବାହାର କରିବା ପାଇଁ ଚେଷ୍ଟା କରୁଥିବା ସମୟରେ ବାଉଁଶ ଖଣ୍ଡ କୁକୁର ମୁହଁ ଭିତରେ ପଶିଯାଇଥିଲା । ଫଳରେ ଅସହ୍ୟ ଯନ୍ତ୍ରଣାରେ ସେ ଛଟପଟ ହୋଇଥିଲା ପୋଷା କୁକୁର । ପରିସ୍ଥିତି ଏଭଳି ହୋଇଥିଲା କି ଜୀବନ ମରଣ ଭିତରେ ସଂର୍ଘଷ କରିବା ସମୟରେ ପୋଷା କୁକରକୁ ଡାକ୍ତରଖାନାରେ ଭର୍ତି କରିଥିଲେ ମାଲିକାଣୀ ।
ମାଥିଲି ପ୍ରାଣୀ ଚିକିତ୍ସାଳୟକୁ ଆଣି ଆସିବା ପରେ ଡାକ୍ତର ଏହି କେସକୁ ଚ୍ୟାଲେଞ୍ଜଭାବେ ଗ୍ରହଣ କରିଥିଲେ । ମୋଟ ୬ଜଣ ଡାକ୍ତରୀଟିମ ସଫଳତା ସହ କୁକୁରର ପେଟର ତୀର ଓ ମୁହଁର ବାଉଁଶ ବାହାର କରିବାରେ ସଫଳ ହୋଇଥିଲେ । ସଫଳ ଅସ୍ତ୍ରୋପଚାର ପରେ ରିତା ସରକାରଙ୍କ ପୋଷା କୁକୁରର ସ୍ୱାସ୍ଥ୍ୟବସ୍ଥା ଭଲ ରହିଥିବା ଜଣାପଡିଛି ।