କନକ ବ୍ୟୁରୋ : କୁକୁର ମାଲିକର ସନ୍ଧାନ ଦେଲେ ମିଳିବ ପୁରସ୍କାର । ଏକ ପୋଷା କୁକୁରକୁ ଉଦ୍ଧାର କରିବା ପରେ ଏମିତି କିଛି ନିବେଦନ କରିଛି ପଶୁ ପକ୍ଷୀଙ୍କ ପାଇଁ କାମ କରୁଥିବା ସ୍ୱେଚ୍ଛାସେବୀ ସଂଗଠନ । ସୋସିଆଲ ମିଡିଆରେ ନିବେଦନ କରିଛି ପୋଷା କୁକୁରର ଯତ୍ନ ନେଉଥିବା ସେବା କୁଞ୍ଜ ସଂସ୍ଥା । ବୁର୍ଲା ଏମସିଏଲ୍ ଠାରେ ଏହି ପୋଷା କୁକୁରକୁ କାମୁଡି ଆହତ କରିଥିଲେ ସ୍ଥାନୀୟ ବୁଲା କୁକୁର । ଜର୍ମାନ୍ ସଫର୍ଡ ପ୍ରଜାତିର କୁକୁର ବର୍ତମାନ କୁଞ୍ଜ ସଂସ୍ଥାରେ ରହିଥିବା ବେଳେ ସ୍ୱେଚ୍ଛାସେବୀମାନେ ତାଙ୍କର ସେବା ଯତ୍ନ କରୁଛନ୍ତି । ତେବେ କୁକୁରଟି ବାହାର କୁକୁରଙ୍କ ସହ ମିଶୁନାହିଁ, କି ତା ମାଲିକ ବାବଦରେ କୌଣସି ସୂଚନା ମିଳୁନାହିଁ । ଏଭଳି ସ୍ଥିତିରେ କୁକୁର ମାଲିକର ପରିଚୟ ଜାଣିବା ପାଇଁ ସୋସିଆଲ ମିଡିଆର ସହୟତା ନେଇଛନ୍ତି । ସୋସିଆଲ ମିଡିଆରେ ଅନୁରୋଧ କରିବା ପରେ କୁକୁର ମାଲିକ ଏଯାଏଁ ଆସିନାହାନ୍ତି । ତେଣୁ ୨ ହଜାର ଟଙ୍କାର ପୁରସ୍କାର ଘୋଷଣା କରିଛି ବୁଲା ପଶୁପକ୍ଷୀଙ୍କ ସୁରକ୍ଷା କ୍ଷେତ୍ରରେ କାମ କରୁଥିବା ସ୍ୱେଚ୍ଛାସେବୀ ସଂଗଠନ ।