କନକ ବ୍ୟୁରୋ: ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୁକୁର ହାଉଜାଉ । ହସ୍ପିଟାଲ ଭିତରେ ପଶି କୁକୁରଟି ରକ୍ତ ସଂଗ୍ରହ କରୁଥିବା ପିଭିସି ପାଇପକୁ କାମୁଡି ନେଇଯାଉଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ଭାଇରାଲ ହେଉଛି । ହସ୍ପିଟାଲ ଭିତରକୁ ରୋଗୀ, ରୋଗୀଙ୍କ ସଂପର୍କୀୟ ସହିତ ସ୍ୱାସ୍ଥ୍ୟ କର୍ମଚାରୀ ଯା ଆସ କରୁଥନ୍ତି । ଏପରି ସ୍ଥିତିରେ ହସ୍ପିଟାଲ ଭିତରେ କୁକୁରଙ୍କ ପ୍ରାର୍ଦୁଭାବ ବଢିବା ଚିନ୍ତା ବଢାଇଛି । କାରଣ ୱାର୍ଡ ଭିତରେ ରୋଗୀଙ୍କ ଖାଇବାରେ କୁକୁର ମାନେ ମୁହଁ ମାରୁଥିବା ଅଭିଯୋଗ ରହିଛି ।
ପୁରୀ ହସ୍ପିଟାଲରେ କୁକୁର ଦୌରାତ୍ମ୍ୟ । କୁକୁର ରକ୍ତ ପିଭିସି ପାଇପ୍ କାମୁଡି ନେଉଥିବା ଦୃଶ୍ୟ ବିଚଳିତ କରୁଛି ।
/kanak/media/post_attachments/wp-content/uploads/2023/12/10-20.jpg)