କନକ ବ୍ୟୁରୋ : ବିଦେଶୀ ଦାମୀ କୁକୁର ଘରେ ରଖିବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି । ହେଲେ କିଛି ଯୁବପିଢି ଅଛନ୍ତି ଯେଉଁମାନେ ଦେଶୀ ବୁଲା କୁକୁରଙ୍କୁ ଭଲ ପାଆନ୍ତି, ସେମାନଙ୍କ ପାଇଁ ରୋଷେଇ କରି ଖାଇବାକୁ ଦିଅନ୍ତି । ସେମିତି ଜଣେ ଯୁବକ ହେଉଛନ୍ତି ସଫ୍ଟୱେର ଇଂଜିନିୟର ରାକେଶ କୁମାର ରଥ । ୨୦୧୭ ମସିହାରୁ ବୁଲା କୁକୁରଙ୍କୁ ଭାତ-ଚିକେନ୍ ଖାଇବାକୁ ଦେଉଛନ୍ତି ।

Advertisment

ବ୍ୟସ୍ତ ବହୁଳ ଜୀବନରେ ଅନେକ ଲୋକ ଅଛନ୍ତି, ନିଜ ଲୋକଙ୍କ ପାଇଁ ସମୟ ଦେଇ ପାରନ୍ତି ନାହିଁ । ସେତେବେଳେ ଇଂଜିନିୟର ରାକେଶ ନିଜର କର୍ମମୟ ଜୀବନରୁ ସମୟ କାଢି କୁକୁରଙ୍କୁ ଖାଇବାକୁ ଦିଅନ୍ତି । ସ୍କୁଟିରେ ଭାତ ଆଉ ଚିକେନ୍ ଧରି ଭୁବନେଶ୍ୱର ସାରା ବୁଲି ବୁଲି ପ୍ରାୟ ଶହେ କୁକୁରଙ୍କୁ ଖାଇବାକୁ ଦେଉଛନ୍ତି । କୁକୁରଙ୍କ ପାଇଁ ପ୍ରତି ମାସରେ ଦୁଇ କ୍ୱିଂଟାଲ ଚାଉଳର ଭାତ ରାନ୍ଧିଥାନ୍ତି ।

କରୋନା ବେଳେ ୪ଶହରୁ ୫ଶହ କୁକୁରଙ୍କୁ ଖାଇବାକୁ ଦେଉଥିଲେ । ଏବେ ସେହି ସଂଖ୍ୟା ଟିକେ କମି ଯାଇଛି । ତେବେ ଏଠି ଭୟ ନୁହେଁ ଭରସାର ସାଥୀ ସାଜିଛନ୍ତି ଯୁବ ଇଂଜିନିୟର ରାକେଶ ।