ଭାରତ-ୱେଷ୍ଟଇଣ୍ଡିଜ୍ ମ୍ୟାଚ୍ ମଝିରେ ପଶିଆସିଲା କୁକୁର । ପଡିଆ ଭିତରେ ଦୌଡିଲା, କିଛି ସମୟ ପାଇଁ ଖେଳ ଅଟକିଲା ।

309

କନକ ବ୍ୟୁରୋ : ଚେନ୍ନାଇର ଏମଏ ଚିଦାମ୍ବରମ୍ ଷ୍ଟାଡିୟମରେ ଆଜି ଖେଳାଯାଉଥିବା ଭାରତ ଏବଂ ୱେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚରେ ଦେଖିବାକୁ ମିଳିଥିଲା କିଛି ରୋଚକ ଦୃଶ୍ୟ । ଭାରତର ବ୍ୟାଟିଂ ଜାରି ଥିବା ବେଳେ ଗୋଟିଏ କୁକୁର ହଠାତ ପଡିଆ ଭିତରକୁ ପଶିଆସିଥିଲା । ଯାହାକୁ ଦେଖି ଖେଳାଳୀଙ୍କ ସମେତ ଦର୍ଶକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଭାରତର ବ୍ୟାଟିଂର ୨୬ତମ ଓଭରରେ ଦେଖିବାକୁ ମିଳିଥିଲା ଏପରି ଦୃଶ୍ୟ । ବେଶ କିଛି ସମୟ ଧରି ପଡିଆ ମଝିରେ କୁକୁରଟି ଦୌଡି ଚାଲିଥିଲା । ଯେଉଁଥିପାଇଁ ମ୍ୟାଚ୍ ମଧ୍ୟ କିଛି ସମୟ ଧରି ବନ୍ଦ ରହିଥିଲା । ସେତେବେଳେ କ୍ରିଜରେ ଶ୍ରେୟସ ଆୟସ ଏବଂ ଋଷଭ ପନ୍ଥ ଖେଳୁଥିଲେ ।

ଗ୍ରାଉଣ୍ଡ ଷ୍ଟାଫ୍ ଅନେକ ଚେଷ୍ଟା କରିଥିଲେ ବି କୁକୁରକୁ ପଡିଆରୁ ବାହାର କରିବାରେ ଅସମର୍ଥ ହୋଇଥିଲେ । ତେବେ ୱେଷ୍ଟଇଣ୍ଡିଜର ଜଣେ ଖେଳାଳୀ ମଧ୍ୟ କୁକୁରକୁ ବାହାର କରିବାକୁ ପ୍ରୟାସ କରିଥିଲେ । କିନ୍ତୁ କୁକୁରଟି ତାଙ୍କୁ ଚକମା ଦେଇ ପଡିଆ ଭିତରେ ଦୌଡି ଚାଲିଥିଲା । ଶେଷରେ କୁକୁରଟି ଆପେ ଆପେ ପଡିଆରୁ ବାହାରକୁ ଚାଲିଯାଇଥିଲା ।